ଦେଓଗାଁ ଓ ସଦର ବ୍ଲକ୍‌ର ବୈଷ୍ଣବ ସମାଜର ୨୦ରୁ ଅଧିକ ବ୍ୟକ୍ତି ବିଜେଡିରେ ସାମିଲ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ଓ ବଲାଙ୍ଗିର ବ୍ଲକ୍‌ର ୨୦ରୁ ଅଧିକ ବ୍ୟକ୍ତି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ଲଳିତ ମୋହନ ମିଶ୍ର, ଅବସର ସବ୍‌ଇନ୍ସପେକ୍ଟର୍‌, ଅବକାରୀ ଓ ଅନ୍ତର୍ଯ୍ୟାମୀ ନାୟକ, ପୂର୍ବତନ ସରପଞ୍ଚଙ୍କ ନେତୃତ୍ଵରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବଲାଙ୍ଗିରର ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ନୀତି ଆଦର୍ଶରେ ଓ ବିକାଶର କାମକୁ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ମହିଳା ମାନଙ୍କ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ କଳିକେଶ ସିଂହଦେଓଙ୍କୁ ହାତମୁଠାକୁ ଟାଣ କରିବା ସହିତ ବିଜେଡିକୁ ଜିତାଇ ବା ପାଇଁ ସମସ୍ତେ ବିଜେଡ଼ିରେ ମିଶିଛନ୍ତି । କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟ ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ବୈଷ୍ଣବ ସମାଜ ଦେଓଗାଁ ବ୍ଲକ୍‌ ନୀଳମଣି ଦାସ ଓ ସଦର ବ୍ଲକ୍‌ର ରବିରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.