lika

ପୁସ୍ତକ’ ଧନ୍ୟବାଦ ‘ ଓ ‘ଶୁନ୍ୟ ସଂଭୋଗ ‘ସମୀକ୍ଷାୟନ

gbag

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ସମ୍ବାଦ ସାହିତ୍ୟଘରର ସାରସ୍ୱତ ସଭା ତା ୨୨/୦୩/୨୦୨୫ ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତିବନ୍ଧୁ ଆଇନଜୀବୀ କବି ହୃଷୀକେଶ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ମୁଖ୍ୟଅତିଥି ଭାବେ ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ, ମୁଖ୍ୟବକ୍ତା ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ, ବରେଣ୍ୟ ଅତିଥି ଭାବେ ପ୍ରିୟପତ୍ର ସଂପାଦକ ବିପିନବିହାରୀ ଦଳାଇ, ପ୍ରବଚକ ଶରତ କୁମାର ରାଉତ, କବି ପ୍ରଦ୍ୟୁମ୍ନ ପରିଡା, କବି ଅଧିକାରୀ ସ୍ୱାଇଁ, ଶିକ୍ଷକ କବି ଜାମିନୀକାନ୍ତ ନାୟକ, ପ୍ରଧାନ ଶିକ୍ଷକ କବି ସନ୍ତୋଷ କୁମାର ମିଶ୍ର, କବି ଶରତ ଚନ୍ଦ୍ର ମହାପାତ୍ର, ବ୍ୟଙ୍ଗକବି ଶ୍ରୀମାନ ଗବା, ଶିକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ, ଶିକ୍ଷୟିତ୍ରୀ ବିରାଜିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ କାବ୍ୟପୁରୁଷ ଜସ୍ୱଶ୍ରୀ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦିକା କବୀ ସରୋଜିନୀ ଜେନା ସଂପାଦକୀୟ ବିବରଣୀ ପାଠ କରିବା ପରେ ବର୍ଷୀୟାନ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଆଧାରିତ ପୁସ୍ତକ ‘ ଧନ୍ୟବାଦ ‘ ଓ କବୀ ସରୋଜିନୀ ଜେନାଙ୍କ କବିତା ପୁସ୍ତକ ‘ ଶୁନ୍ୟ ସଂଭୋଗ ‘ ଅତିଥି ମାନଙ୍କ ଦ୍ୱାରା ସମୀକ୍ଷା କରାଯାଇଥିଲା । ପରେ ପରେ ଫଗୁଣ କବିତା ଆସରରେ ଡେଲାଙ୍ଗ, କଣାସ, ପିପିଲି, ଜଟଣୀରୁ ଆସିଥିବା କବିମାନଙ୍କ ସହ ଅତିଥି ମାନେ ମହାତ୍ମାଗାନ୍ଧୀ, ରମାକାନ୍ତ ରଥ ଓ ଫଗୁଣ ଉପରେ ପର୍ଯ୍ୟବେସିତ କବିତା ପାଠ କରି ମହାତ୍ମା ଗାନ୍ଧୀ ଓ ରମାକାନ୍ତ ରଥଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସଂପାଦିକା ପ୍ରକୃତିବନ୍ଧୁ କବୀ ସରୋଜିନୀ ଜେନା କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମ୍ବାଦ ଡେଲାଙ୍ଗ ପ୍ରତିନିଧି ଚନ୍ଦ୍ରଶେଖର ବିଶ୍ୱାଳ ପରିଚାଳନା କରିଥିଲେ ।

sandip
Leave A Reply

Your email address will not be published.