ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ କ୍ଲଷ୍ଟରର ଯୁବ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧାଂଶୁ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଇଚ୍ଛାପୁର କ୍ଲଷ୍ଟର ଅଧିନସ୍ଥ ୧୨ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଚିନାଯୁରୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମେଶ ଭୋଇ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ । ତିଲେଇମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ବାରିକ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ପରେ ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସମୀକ୍ଷା କରାଯାଇଥିଲା, ଯେପରିକି ଅପାର ଆଇଡି ଜେନେରେସନ, ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନର ସୁବିନିଯୋଗ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଏଫ୍ଏଲ୍ଏନ୍ କୋଣର ପୁନଃ ସଜ୍ଜିକରଣ ଓ ସୋନ୍ଦର୍ଯ୍ୟିକରଣ ଇତ୍ୟାଦି । କ୍ଲଷ୍ଟର ସ୍ତରୀୟ TLM workshop-cum-exibitionର ଆୟୋଜନ କରିବା ପାଇଁ ପ୍ରଧାନ ଶିକ୍ଷକ ମେଘନାଦ ବାରିକ, ସହଦେବ ଭୋଇ, ସନ୍ତୋଷ ପୁରୁଲିଆ ପ୍ରମୁଖ ମତବ୍ୟକ୍ତ କରିଥିଲେ ଏବଂ ଯୁବ ସିଆର୍ସିସି ଶ୍ରୀ ସାହୁ ଏହି ୱାର୍କସପ୍ ଶୀଘ୍ର ଅନୁଷ୍ଠିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ପ୍ରଧାନ ଶିକ୍ଷକ ତପନ ବୁଡେକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
Next Post