om academy

ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସହ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଗତ ସମୀକ୍ଷା ବୈଠକରେ ଆଲୋଚିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ଏହାପରେ ବଲାଙ୍ଗିର ବାଏପାସ୍‌ ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ବିଧାୟକ ଶ୍ରୀ ମିଶ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ବାଏପାସ୍‌ ରାସ୍ତା ସଂପୂର୍ଣ୍ଣ କରିବାକୁ କହିଥିଲେ । ସେହିପରି ଟ୍ରକ୍‌ ଟର୍ମିନାଲ୍‌ କାମ ତୁରନ୍ତ ଶେଷ କରିବାକୁ ବୈଠକରେ ବିଧାୟକ କହିଥିବା ବେଳେ ସମସ୍ତ ପ୍ରସ୍ତାବିତ ରାସ୍ତା କାମ ମାର୍ଚ୍ଚ ଶେଷ ସୁଦ୍ଧା ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.