oom

ନୂଆଦିଲ୍ଲୀଠାରେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ପାରମ୍ପରିକ/ମିଠା ମଞ୍ଜି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ

jsmm

• ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍) ପାରମ୍ପରିକ ମଞ୍ଜି ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସ କରୁଛି : କେନ୍ଦ୍ର ସମବାୟ ମନ୍ତ୍ରୀ
• ଖରିଫ-୨୦୨୫ ଠାରୁ ଦେଶର ବିଭିନ୍ନ ଅଞ୍ଚଳରୁ ବଛା ବଛା ପାରମ୍ପରିକ ମଞ୍ଜିଗୁଡ଼ିକର ଜୈବିକ ଉତ୍ପାଦନ ଏବଂ ବଜାରରେ ସେଗୁଡ଼ିକର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଲେ ଅମିତ ଶାହ
• ସାରା ଦେଶରେ ଫଳ, ପନିପରିବା ଓ ଖାଦ୍ୟଶସ୍ୟର ସମସ୍ତ ପାରମ୍ପାରିକ ମଞ୍ଜିଗୁଡ଼ିକର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା କାର୍ୟ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସମବାୟ ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସ୍ଏସ୍ଏଲ୍)ର ପାରମ୍ପରିକ/ମିଠା ମଞ୍ଜି ସମ୍ବନ୍ଧରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସିଡ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ (ବିବିଏସଏସଏଲ) ପାରମ୍ପରିକ ମଞ୍ଜି ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ନିରନ୍ତର ପ୍ରୟାସ କରୁଛି । ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଖରିଫ-୨୦୨୫ ଠାରୁ ଦେଶର ବିଭିନ୍ନ ଅଞ୍ଚଳର ବଛା ବଛା ପାରମ୍ପରିକ ମଞ୍ଜିଗୁଡ଼ିକର ଜୈବିକ ଉତ୍ପାଦନ ଏବଂ ବଜାରରେ ସେଗୁଡ଼ିକର ବ୍ୟାପକ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହି ମଞ୍ଜିଗୁଡ଼ିକ ମଧ୍ୟରେ ଅମ୍ରେଲି ମିଲେଟ୍ (ଗୁଜରାଟ), ଉତ୍ତରାଖଣ୍ଡ ଗହତ୍ (କୋଳଥ), ଉତ୍ତରାଖଣ୍ଡ ମଣ୍ଡୁଆ (ମାଣ୍ଡିଆ), ବୁନ୍ଦେଲଖଣ୍ଡ ମେଥି, କାଠିଆ ଗହମ, ମୁନସିୟାରୀ ରାଜମା, କାଲା ଭଟ୍ଟ, ଚାରପି ପ୍ରକାରର କାଲା ନମକ ଧାନ, ଜୁହି ଧାନ (ବଙ୍ଗ) ଏବଂ ଗୋପାଳ ଭୋଗ ଧାନ (ବଙ୍ଗ) ଆଦି ପ୍ରମୁଖ ରହିଛି । ସାରା ଦେଶରେ ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟର ସମସ୍ତ ପାରମ୍ପରିକ ବୀଜର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ଉପରେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱାରୋପ କରିଥିଲେ ।

jittmm
Leave A Reply

Your email address will not be published.