ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ୭ଟି ଜିଲ୍ଲାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେଖା ଦେଇଥିବା ଡାଇରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ସ୍ଥିତିର ସମୀକ୍ଷା କରିଛନ୍ତି । ସଂକ୍ରମିତଙ୍କୁ ତ୍ୱରିତ ଡାକ୍ତରଖାନା ସ୍ଥାନାନ୍ତର ନିମନ୍ତେ ସକ୍ରିୟ ବ୍ୟବସ୍ଥା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡି, ସରପଞ୍ଚ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ସ୍ରୋତକୁ ନିୟମିତ ବିଶୋଧନ କରିବା ସହ ଲୋକେ ଯେପରି ଝରଣା ଜଳ ପିଇବେ ନାହିଁ ସେଥିପ୍ରତି ସତର୍କ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।