ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାରେ ଜିଲ୍ଲାପାଳ ସମର୍ଥ ବର୍ମା କୋଭିଡ୍ ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି । ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରାମକ ରୋଗ ଚିକିତ୍ସାଳୟ ଗସ୍ତ କରି ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ୍ କରିଥିବା ବେଳେ ସେ ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା କେନ୍ଦ୍ର, ବହିଃବିଭାଗ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍ପ ଡେସ୍କ, କୋଭିଡ୍ କଲ୍ ସେଣ୍ଟର ଗସ୍ତକରି ଉପଲବ୍ଧ ବ୍ୟବସ୍ଥାର ଯାଞ୍ଚ୍ କରିଥିବା ଜଣାପଡିଛି । ଏହା ସହିତ କଲ୍ ସେଣ୍ଟର୍ର ଫିଡ୍ବ୍ୟାକକୁ ମଧ୍ୟ ସମୀକ୍ଷା କରିଥିବା ଜଣାପଡିଛି ।