ବିଧାୟକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଅର୍ନ୍ତଗତ ବିଭିନ୍ନ ଗ୍ରାମରେ ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ପହଂଚି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଧାୟକ ଶ୍ରୀ ମହାରଥି ପ୍ରଥମେ ବ୍ରାହ୍ମଣବାଡ, ଶ୍ରୀପତିପୁର, ହାକପଡା ବିଦ୍ୟାଳୟ, ସାଧପଡା ଦଳିତସାହୀ, ଜେନାପୁର(୧) ଓ (୨).ଗୋବିନ୍ଦପୁର, କିଆଲଣ୍ଡା, ଦେପୁର, ସୁଲତାନଗର, ଚଉଦମାଣ, ଲେଙ୍କାସାହୀ ପ୍ରଭୃତି ଗ୍ରାମକୁ ଯାଇ ବିଭିନ୍ନ ବିଭାଗର ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ତାର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୀକ୍ଷା ଗ୍ରସ୍ତରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି, ଜିଲ୍ଲାପରିଷଦ ଦେବାଶିଷ ନନ୍ଦ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ଜେନାପୁର ସମିତି ସଭ୍ୟ ପ୍ରଭାତ କୁମାର ଜେନା, ସିଡିପିଓ ହାରାମଣୀ ନାୟକ, ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ, କନିଷ୍ଠଯନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.