oum

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟଣାଗଡ ଗସ୍ତକୁ ନେଇ ବିଜେଡି ନେତାଙ୍କ ସମୀକ୍ଷା

jsm

ପାଟଣାଗଡ, (କେପିଏନ୍‌ଏସ୍‌) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗିର ଜିଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼, ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପାଟଣାଗଡ ରମାଇଁ ହାଇସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ପାଟଣାଗଡ ଠାରେ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ଶୁସାନ୍ତ ସିଂ ଓ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ( ଜିତୁ )ଙ୍କ ସହ ପାଟଣାଗଡ଼ ବିଧାୟକ ସରୋଜ ମେହେର କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ।

Leave A Reply

Your email address will not be published.