ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନଂ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପୁଞ୍ଜିପଥର ଡଙ୍ଗରବୁଢା ମନ୍ଦିରରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରିନେଲେ ଦୁବୃର୍ତ୍ତ । କଣ୍ଟାବାଞ୍ଜି ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦେଲେ ଏତଲା । ଘଟଣା ସ୍ଥଳକୁ କଣ୍ଟାବାଞ୍ଜି ପୋଲିସ ପହଂଚି କରୁଛି ଛାନଭିନ । ୨ ଗୋଟି ଦାନପେଟି, ସୋଲାର ବ୍ୟାଟେରୀ, ଇନଭେଟର, ସୋଲାର ଲାଇଟ ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଚୋରି ହୋଇଥିବା ବେଳେ ପୋଲିସର ହାତ ଖାଲି ପଡିଛି । ଏଠାରେ ସିସିଟିଭି ଓ ସିକ୍ୟୁରୀଟି ଗାର୍ଡ ଏଠାରେ ନିଯୁକ୍ତି କରିବା ପାଇଁ ଦାବି ହୋଇଛି ।
