oom

ଚଲକି ଛକରେ ଚଲକି, ଇଚ୍ଛାପଡ଼ା ଓ ବାନ୍ଦୁପଲା ପଞ୍ଚାୟତର ବିଜେଡ଼ି କର୍ମୀ ସମ୍ମିଳନୀ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଚଲକି ଛକ ମଣ୍ଡପଠାରେ ଇଚ୍ଛାପଡା, ଚଲକି ଓ ବାନ୍ଧୁପଲା ତିନୋଟି ଗ୍ରାମପଂଚାୟତର ସମସ୍ତ ବିଜେଡି କର୍ମୀ ଆବାହକ ଦିଲ୍ଲୀପ ମହାନ୍ତିଙ୍କ ଆବାହନରେ ଯୋଗଦାନ କରି ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନ, ସମ୍ମାନିତ ଅତିଥି ଉପାଧ୍ୟକ୍ଷା ଉନ୍ନୟନ ପରିଷଦ ବଲାଙ୍ଗିର ନିରୁପମା ମାଝୀ, ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ବ୍ଲେକ କାମାଣ୍ଡୋ ଗିରିରାଜ ସିଂ ମାଝୀ, ଅନ୍ୟତମ ଅତିଥି ଶ୍ରୀମତୀ ପିଙ୍କି ଖର୍ସେଲ, ବିଷ୍ଣୁ ଯୁଆଡ ଉପସ୍ଥିତ ରହିଥିଲେ । ସଭା ସଂଯୋଜନା କରିଥିଲେ ବରିଷ୍ଠ ବିଜେଡି ନେତା ଦିଲ୍ଲୀପ କୁମାର ପୃଷ୍ଟି । ବୁଧବାର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମାର ଲୋକାର୍ପଣ ଉତ୍ସବ ହୋଇଥିବା ହେତୁ ସଭା ଆରମ୍ଭରୁ ଶ୍ରୀଜଗନ୍ନାଥ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଓ ଭିଡ଼ିଓ ମଧ୍ୟ ଦେଖାଗଲା ଓ ଉକ୍ତ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପାଇଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରିଥିଲେ ଉପସ୍ଥିତ ଜନତା ଓ କର୍ମୀଗଣ । ଉକ୍ତ ସଭାର ମୁଖ୍ୟ ଅତିଥି ସ୍ୱତନ୍ତ୍ର ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ସମସ୍ତଙ୍କୁ ବିଜେଡିକୁ ତୃଣମୂଳ ସ୍ତରରୁ ସମୃଦ୍ଧ କରିବାକୁ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.