jayashree

ଶିବ୍‌ତଲା କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ନରସିଂହ ଓ ସମରେନ୍ଦ୍ର

  • ୨୪ ବର୍ଷର ବନାମ ୧୦ ବର୍ଷର ବିକାଶର ବାର୍ତ୍ତା ପହଞ୍ଚାନ୍ତୁ କଂଗ୍ରେସ କର୍ମୀ : ସମରେନ୍ଦ୍ର
  • ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ପ୍ରଦାନ ପାଇଁ ଆମେ ପ୍ରତିଶୃତିବଦ୍ଧ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିବ୍‌ତଲା କଂଗ୍ରେସ ସମ୍ମିଳନୀରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ସମରେନ୍ଦ୍ର ମିଶ୍ର । ଏହି ଅବସରରେ ଯୋଗ ଦେଇ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ଆଜିର ଏହି କଂଗ୍ରେସ କର୍ମୀ ସମ୍ମିଳନୀରେ ଏହି ଜୋନର ପ୍ରାୟତଃ ସମସ୍ତ ପଞ୍ଚାୟତରୁ ଆମ କର୍ମକର୍ତ୍ତାମାନେ ଆସିଛନ୍ତି । ଆମର ଲକ୍ଷ୍ୟ ହେବ ଲୋକଙ୍କ ପାଖରେ ବିକାଶର ବାର୍ତ୍ତା ପହଞ୍ଚାଇବା । ୧୦ ବର୍ଷ ପୂର୍ବରୁ ଏଠାରେ ଅନବରତ ଭାବେ ରାଜପରିବାର ୨୪ ବର୍ଷ ଶାସନ କରିଛନ୍ତି । ସମସ୍ତ ବିଭାଗର ମନ୍ତ୍ରୀ ହୋଇଛନ୍ତି କିନ୍ତୁ ଲୋକଙ୍କ କାମ କରିବାରେ ସେମାନେ ବିଫଳ । ତେଣୁ ଲୋକେ ତାଙ୍କୁ ପରିବର୍ତ୍ତନ କରିଥିଲେ । ପରବର୍ତ୍ତି ୧୦ ବର୍ଷ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ବିଜୟୀ ହୋଇଥିଲା । ଫରକ ଜଳ ଜଳ ହୋଇ ଦିଶୁଛି, ମେଡିକାଲ କଲେଜ ହେଉ କି ଲୋୟର ସୁକତେଲ ପ୍ରକଳ୍ପ, ଗମନାଗମନ ହେଉ କି କ୍ରୀଡା ଓ ଶିକ୍ଷା ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସବୁଥିରେ ଏହି ୧୦ ବର୍ଷରେ ଆମେ ଲୋକଙ୍କୁ ସେବା ପ୍ରଦାନରେ ସଫଳ ହୋଇଛୁଁ । ତେଣୁ ଆଜିର ଏହି କର୍ମୀ ସମ୍ମିଳନୀରେ ଆମେ ଶପଥ ନେବା ଏବଂ ଗାଁର ଘର ଘର ଯାଇ ୨୪ ବର୍ଷର ବିନାଶ ବନାମ ୧୦ ବର୍ଷର ବିକାଶର ହିସାବକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ବୋଲି ଆଜି ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ସମରେନ୍ଦ୍ର ମିଶ୍ର ନିଜ ଭାଷଣରେ କଂଗ୍ରେସ କର୍ମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ କର୍ମୀ ଗର୍ବର ସହିତ ଲୋକଙ୍କ ସହିତ ମିଶି କଂଗ୍ରେସ ଦଳର ବାର୍ତ୍ତା ପହଞ୍ଚାନ୍ତୁ କାରଣ କଂଗ୍ରେସ ଜିତିଲେ ଲୋକଙ୍କର ସର୍ବାଙ୍ଗୀନ ବିକାଶ ହୋଇଥାଏ । ଆମେ ଗାଁକୁ ଗାଁ ବୁଲି ପ୍ରତ୍ୟେକ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ଲୋକଙ୍କ କାମ କରିଥାଉଁ ବୋଲି ସମରେନ୍ଦ୍ର କହିଥିଲେ । ବ୍ଲକ କଂଗ୍ରେସ ସଭାପତି ରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କଂଗ୍ରେସ ବିଧାୟକ ଦଳ ନେତା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ରାଜ ପରିବାରର ରାଜନେତାମାନଙ୍କୁ କଟାକ୍ଷ କରି କହିଥିଲେ ଯେ, ବଲାଙ୍ଗିର ଏକ ରାଜନୈତିକ ପର୍ଯ୍ୟଟନ ସ୍ଥଳି ନୁହେଁ, ଏହାକୁ ଲୋକ ଠିକ୍‌ ଭାବେ ବୁଝିବାକୁ ପଡିବ, ଯେଉଁ ଲୋକେ ନିର୍ବାଚନ ପୂର୍ବରୁ ୬ ମାସ ବଲାଙ୍ଗିରରେ ରହି ବଲାଙ୍ଗିରକୁ ଏକ ରାଜନୈତିକ ପର୍ଯ୍ୟଟନ ସ୍ଥଳି ରୂପେ ବ୍ୟବହାର କରନ୍ତି ଓ ଭୋଟ ସରିଗଲେ ୪ ବର୍ଷ ପର୍ଯ୍ୟନ୍ତ ଦେଖାଦିଅନ୍ତି ନାହିଁ ସେମାନଙ୍କୁ ଆଗାମୀ ଦିନରେ ଲୋକେ ନିଶ୍ଚିତ ଭାବେ ପ୍ରତ୍ୟାକ୍ଷାନ କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ପୂର୍ବତନ ବ୍ଲକ ଚେୟାରମେନ ଘାସିରାମ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସରୋଜ ରଥ, ବିଶ୍ୱଜିତ ନାଥ, ଫକିର ମୋହନ ଥାଟି, କିଶୋର ସିଂ ନିନା, ଶଙ୍କର୍ଷଣ ପୁରୋହିତ, ସରପଞ୍ଚ ବଳଦେବ ସାହୁ, ନୀଳମଣି ସେଠ, ଅଜିତ ସାହୁ, ଶିବତଲା ସରପଂଚ ଶୁଭକାନ୍ତି ମାଝି, କୃଷ୍ଣ ବାଗ, ଗଗନ ନାଥ, ପୁଷ୍ପିତା ସାହୁ ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକ ବିରୋଧୀ ରାଜନୀତିକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ । ଏହି କର୍ମୀ ସମ୍ମିଳନୀରେ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱ ଓ କଂଗ୍ରେସ ଦଳର ଆଦର୍ଶ ପ୍ରତି ଆସ୍ଥା ଜଣାଇ ଅନେକ ବିଜେଡି କର୍ମୀ ଯଥା ରବି ବଗର୍ତ୍ତି, କେଶବ ମିର୍ଦ୍ଧା, ମଗସିର ନାଗ, ଚତୁର୍ଭୁଜ ହାତି, କଳେନ୍ଦ୍ର ବାଗ, ଦୁତିକୃଷ୍ଣ ବାଗ, ଶୁଶାନ୍ତ ପାତ୍ର, ରାଧେଶ୍ୟାମ ପ୍ରଧାନ, ରାଜ କୁମାର ବଗର୍ତ୍ତି, ମନୋରଂଜନ ବୁଡେକ, କଲିତ ରାଉତ ପ୍ରମୁଖ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦାନ କଲେ ।

Leave A Reply

Your email address will not be published.