ରାଉରକେଲାରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି ଉପୋରକ୍ତ ମନ୍ତବ୍ୟ ସହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୯ ବର୍ଷର ଶାସନରେ ଭାରତ ବିଶ୍ୱର ୫ନଂ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଛି । ଭାରତ ଖୁବଶୀଘ୍ର ଜାପାନ ଓ ଜର୍ମାନୀକୁ ପଛରେ ପକାଇ ୩ନଂରେ ପହଂଚିବ । ୨୦୪୭ରେ ସ୍ୱାଧୀନତାର ୧୦୦ବର୍ଷ ପୂର୍ତି ବେଳକୁ ଭାରତ ଏକ ବିକଶିତ ଦେଶରେ ପରିଣତ ହୋଇସାରିଥିବ । ଶ୍ରୀ ମୋଦିଙ୍କ ଦୁର୍ନୀତି ପ୍ରତି “ଶୂନ୍ୟ ସହିଷ୍ଣୁତା” ନୀତି ଯୋଗୁଁ ଏହା ସମ୍ଭବ ହୋଇଛି । ଶ୍ରୀ ମୋଦି ସମ୍ପୂର୍ଣ୍ଣ ଶକ୍ତି ସହିତ ଦୁର୍ନୀତି ବିରୋଧରେ ଗତ ୯ବର୍ଷ ଧରି ଲଢ଼େଇ କରୁଛନ୍ତି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଦ୍ୱାରା ୨ଲକ୍ଷ କୋଟି ଟଙ୍କା ସଂଚୟ ହୋଇଛି । ଏହି ଅର୍ଥ ବାଟମାରଣା ହୋଇ ଭ୍ରଷ୍ଟାଚାରୀଙ୍କ ହାତକୁ ଯାଇଥାନ୍ତା କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ୨୩ବର୍ଷର ନବୀନ ସରକାର ଦୁର୍ନୀତିରେ ବୁଡି ରହିଛି । ରାଜ୍ୟ ସରକାର ଓଡିଶାରେ ୯ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ, ତାହାକୁ ମୋଦି ସରକାର ଅନୁମୋଦନ ଦେଇସାରିଛନ୍ତି । ଏବେ ରାଉରକେଲାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପ୍ରସ୍ତାବ ଦିଅନ୍ତୁ । ଏୟାର ପୋର୍ଟକୁ “ଉଡାନ” କର୍ତୃପକ୍ଷଙ୍କୁ ହସ୍ତାନ୍ତର କରନ୍ତୁ । ତାଳଚେର ବିମଳାଗଡ ରେଳଲାଇନ କାହା ଚାପରେ ଏଯାଏଁ ହୋଇନାହିଁ ତାହାର ତୁରନ୍ତ ସୁବ୍ୟବସ୍ଥା କରାଯାଉ । ରାଜ୍ୟ ସରକାର ତାଳଚେର ବିମଳାଗଡ ପାଇଁ ଜମି ଅଧିଗ୍ରହଣ କରନ୍ତୁ । ବ୍ରାହ୍ମଣୀ ବ୍ରିଜ ମୋଦିଜୀ କରିଥିବାରୁ ଲୋକେ ଉପକୃତ ହେଉଛନ୍ତି । ରାଉରକେଲା ଅଂଚଳର ବିକାଶ ପାଇଁ ମୋଦିଜୀ “ବନ୍ଦେ ଭାରତ ଟ୍ରେନ” ଚଳାଚଳ ଆରମ୍ଭ କରିଛନ୍ତି । ସ୍ମାର୍ଟସିଟି ରାଉରକେଲାକୁ ମୋଦିଜୀ କୋଟି କୋଟି ଟଙ୍କା ଦେଇଛନ୍ତି । ରାଉରକେଲାର ସାମଗ୍ରୀକ ବିକାଶ ପାଇଁ ମୋଦିଜୀ କାମ କରୁଥିବାରୁ ସ୍ଥାନୀୟ ଲୋକେ ମୋଦିଜୀଙ୍କୁ ବହୁମାତ୍ରାରେ ଭଲ ପାଉଥିବା ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ସରକାର ୨୩ବର୍ଷର ଶାସନରେ ଓଡିଶାକୁ ଏକ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକର୍ୟ୍ୟ ପଦ୍ଧତିରେ ଚାଲୁଥିବା ଶାସନ ବ୍ୟବସ୍ଥାକୁ ଭେଟିି ଦେଇଛନ୍ତି । ମୋଦି ସରକାର ଓଡ଼ିଶାର ଲୋକଙ୍କ ପାଇଁ ବିପୁଳ ଅର୍ଥ ପଠାଉଛନ୍ତି । କଂଗ୍ରେସ ସରକାରରେ ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୩ ଲକ୍ଷ କୋଟି ଟଙ୍କା ଆସିଥିବାବେଳେ ମୋଦି ସରକାରରେ ୯ବର୍ଷରେ ୧୮.୭୩ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି କିନ୍ତୁ ବିଜେଡି ସରକାରର ଦୁର୍ନୀତି ଯୋଗୁଁ ଓଡ଼ିଶାବାସୀଙ୍କୁ ଏହାର ସୁଫଳ ମିଳିପାରିନାହିଁ । ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ରାଜ୍ୟ ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କରିବ । ରାଜ୍ୟର ଜନସାଧାରଣ ଏହି ଦୁର୍ନୀତି ବିରୁଦ୍ଧ ଲଢ଼େଇରେ ସାମିଲ ହେବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କ ଭିତରେ ଯେଉଁ ଆକ୍ରୋଶ ଅଛି ତାହା ଏକ ବିରାଟ ଜନଆନ୍ଦୋଳନର ରୂପ ନେବ । ଆଗାମୀ ୨୦୨୪ ନିର୍ବାଚନରେ ଏସ୍ଥାଣୁ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରର ଅନ୍ତଘଟିବ । ଭାରତୀୟ ଜନତା ପାର୍ଟି ଓ ଓଡ଼ିଶାର ଜନତା ଏହାର ମାଧ୍ୟମ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି । ଭାରତୀୟ ଜନତା ପାର୍ଟି ଧୈର୍ୟ୍ୟ ଓ ସାଧୁତାର ସହ ଗରିବ କଲ୍ୟାଣ ବା ଗରିବଙ୍କ ପାଇଁ କାର୍ୟ୍ୟକରିଛି । ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ୟ ହ୍ରାସ ପାଇଛି । ୫ବର୍ଷରେ ଦେଶରେ ଦାରିଦ୍ୟ କବଳରୁ ୧୩.୫୦କୋଟି ଲୋକ ବାହାରକୁ ଆସିଛନ୍ତି । ପୁଣି ମୋଦିଜୀ ଗରିବ ଲୋକଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ” ଯୋଜନାର ଅବଧିକୁ ଆଉ ୫ବର୍ଷ ବଢ଼ାଇ ଦେଇଛନ୍ତି । ମୋଦିଜୀଙ୍କ ଗରିବଙ୍କ ମଙ୍ଗଳ ପାଇଁ କାର୍ୟ୍ୟ କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଅବସରରେ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରୟ, ବଟ କିଶୋର ମିଶ୍ର , ଗଙ୍ଗାଧର ଦାଶ, ଭଗବାନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.