centurian jitm

ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ସମ୍ମିଳନୀ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳର ସମସ୍ତ ଜୋନର ସଭାପତି ଓ ସଦସ୍ୟମାନଙ୍କର ଏକ ସମ୍ମିଳନୀ ପଦ୍ମପୁର ସ୍ଥିତ ଶୌଣ୍ଢିକ ସମାଜ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ନୂତନ ସ୍ଥାୟୀ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଦସ୍ୟମାନେ ହେଲେ ସଭାପତି ଅମୂଲ୍ୟ କୁମାର ସାହୁ, ଉପସଭାପତି ବେଣୁଧର ବେହେରା, ସମ୍ପାଦକ ମହାଦେବ ବେହେରା, ସହ ସମ୍ପାଦକ ଜୟଦେବ ବେହେରା, କୋଷାଧ୍ୟକ୍ଷ ଜୟକୃଷ୍ଣ ବେହେରା, ଉପଦେଷ୍ଟା କମିଟିରେ ଭୁବନେଶ୍ୱର ସାହୁ, ଶୁକଲ ବେହେରା, କୃଷ୍ଣ ଚନ୍ଦ୍ର ବେହେରା, ନରୋତ୍ତମ ବେହେରା, ଟଙ୍କଧର ବେହେରା, ହୀରାଲାଲ ବେହେରା, ଯଶୋବନ୍ତ ବେହେରା, ରମେଶ ଚନ୍ଦ୍ର ବେହେରା, ସଦସ୍ୟ ଭାବେ ବିରେନ୍ଦ୍ର ବେହେରା, ରାଜ କିଶୋର ବେହେରା, ଯୁବରାଜ ବେହେରା, ଜଗତ ବେହେରା, ଗଣେଶ ରାମ ବେହେରା, ଆନନ୍ଦ କୁମାର ବେହେରା, ଅନିରୁଦ୍ଧ ବେହେରା ମନୋନୀତ ହୋଇଥିଲେ । ଆଗାମୀ ଦିନରେ ସମାଜର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେବା ସହ ଏକ ଶୃଙ୍ଖଳିତ ସମାଜ ଗଠନ କରିବା ପାଇଁ ସମସ୍ତ ଶୁଣ୍ଢି ସମାଜ ସଦସ୍ୟ ସଦସ୍ୟାମାନଙ୍କ ସହଯୋଗ କାମନା କରିବା ପାଇଁ ଅନୁରୋଧ କରି ସମାଜର ସମ୍ପାଦକ ମହାଦେବ ବେହେରା ଧନ୍ୟବାଦ ଅର୍ପଣ କରଥିଲେ ।

Leave A Reply

Your email address will not be published.