- ନିର୍ବାଚନରେ ବିଜେଡିର ବିଧାୟକ ଓ ସାଂସଦଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ କରି ବିଜୟୀ କରିବା ପାଇଁ ଆହ୍ୱାନ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ୪ ଗୋଟି ପଞ୍ଚାୟତ ଝରିଆଲ, ଅଲଣ୍ଡା, କଂସିଲ ଓ ମୁଣ୍ଡପଦରର ଯୁବକ ଭାଇମାନଙ୍କୁ ନେଇ ଯୁବ ବିଜୁ ଜନତା ଦଳ ପକ୍ଷରୁ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିରଠାରେ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୁବ ବିଜେଡି ସଂପାଦକ ଅଜିତ କୁମାର ଯୋଷୀ ଯୋଗଦେଇ ଯୁବକମାନଙ୍କୁ ଆହ୍ବାନ ଦେଇଥିଲେ । ଆଗାମୀ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ବିଧାୟକ ଓ ସାଂସଦଙ୍କୁ କପରି ବିପୁଳ ସଂଖ୍ୟାରେ ସମର୍ଥନ କରି ବିଜୟୀ କରିବା ପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା । କିପରି ଭାବେ ବିଜେଡି ଦଳକୁ ସଂଗଠିତ କରାଯିବ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ରାଜ୍ୟ ସରକାର ସବୁବେଳେ ଲୋକଙ୍କ ସୁଖ ଦୁଃଖର କଥା ବୁଝୁଛନ୍ତି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ଲୋକଙ୍କୁ ସହାୟତା କରୁଛନ୍ତି । କିପରି ଭାବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ଲୋକମାନେ ସାମିଲ ହେବେ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ଏଥିରେ ବିରଞ୍ଚି ଜାଲ, ଗୌରାଙ୍ଗ ମହାନନ୍ଦ, ପରମେଶ୍ୱର ଯାନୀ, ନିଧି ଚଣ୍ଡୀ, ଗୋପାଳ ସୁନା, ସହଦେବ ହାତୀ, ଭକ୍ତ ବାଗ, ଧନୁର୍ଦ୍ଧର ବଗର୍ତ୍ତି, ଅଭି ବଗର୍ତ୍ତି, ଭଞ୍ଜନ ଭୋଇ, ରାଜେଶ ବାରିକ, ପୃଥିରାଜ ଭରାସଗରିଆ, ଚୁଡାମଣି ରଣା, ଦୁର୍ଯ୍ୟୋଧନ ବଗର୍ତ୍ତି, ଦିଗାମ୍ବର ସାହୁ, ପବିତ୍ର ପୁଞ୍ଜି, ମଂଜେସ ଯୁଗ୍ନିଆ ପ୍ରମୁଖଙ୍କ ଶତାଧିକ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ । ୪ ଗୋଟି ପଞ୍ଚାୟତର ବହୁ ଯୁବକମାନେ ଉପସ୍ଥିତ ଥିଲେ ।