oom

ରାଜ୍ୟର ସୂଚନା ପ୍ରଯୁକ୍ତି ମନ୍ତ୍ରୀମାନଙ୍କର ତିନି ଦିବସୀୟ ଡିଜିଟାଲ୍ ଇଣ୍ଡିଆ ସମ୍ମିଳନୀ ସମାପ୍ତ

jsmm
  • ଆଗାମୀ ୫୦୦ ଦିନରେ ନୂଆ ୨୫,୦୦୦ ଟାୱାର ଲଗାଇବା ପାଇଁ ୩୬,୦୦୦ କୋଟି ଟଙ୍କା ସ୍ବୀକୃତ
  • ୨୦୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟକୁ ବିଶେଷ ସମର୍ଥନ ପାଇଁ ସହାୟତା ପ୍ରଦାନ କରାଯାଇଛି
  • ସୂଚନା ପ୍ରଯୁକ୍ତି ନିୟମ, ଡାଟା ଗଭର୍ଣ୍ଣାନ୍ସ, ଡିଜିଟାଲ୍ ଇଣ୍ଡିଆ ଭାସିନୀ, ଡିଜିଟାଲ୍ ପେମେଣ୍ଟ, ମାଇଁ ସ୍କିମ୍ ଏବଂ ମେରି ପେହାଚନ୍ ଉପରେ ବିଶେଷ ଧ୍ୟାନ ପ୍ରଦାନ
  • ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତି, ଦକ୍ଷତା ବିକାଶ, ଡିଜିଟାଲ୍ ସୁଶାସନ ଏବଂ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ପାନେଲ୍ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ରାଜ୍ୟମାନଙ୍କର ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରୀମାନଙ୍କର ତିନି ଦିବସୀୟ ଡିଜିଟାଲ୍ ଇଣ୍ଡିଆ ସମ୍ମିଳନୀ ୧ ଅକ୍ଟୋବର ୨୦୨୨ରେ ନୂଆ ଦିଲ୍ଲୀରେ ଆରମ୍ଭ ହୋଇଥିଲା ଓ ଗତକାଲି ଏହା ସମାପ୍ତ ହୋଇଛି । ପ୍ରଥମ ଦିନ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ସହିତ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ପ୍ରମୁଖ ପ୍ରାଥମିକତା ଥିବା କ୍ଷେତ୍ର ଉପରେ ବିସ୍ତୃତ ଆଲୋଚନା ହୋଇଛି । ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି କୌଶଳ ବିକାଶ ତଥା ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶୋଖର ଏବଂ ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ ଦେବୁସିଂହ ଚୌହାନଙ୍କ ସହିତ ୧୨ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅର୍ଥା ଆନ୍ଧ୍ର ପ୍ରଦଶେ, ଆସାମ, ବିହାର, ମଧ୍ୟ ପ୍ରଦଶେ, ଗୁଜରାଟ, ଗୋଆ, ମଣିପୁର, ଉତ୍ତରାଖଣ୍ଡ, ତେଲଙ୍ଗାନା, ମିଜୋରାମ, ସିକ୍କିମ୍ ଏବଂ ପୁଡୁଚେରି ର ଆଇଟି ମନ୍ତ୍ରୀ ଏଥିରେ ସାମିଲ୍ ହୋଇଥିଲେ । ନିଜର ଉଦ୍‌ପପନୀ ଭାଷଣରେ, ଶ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଡିଜିଟାଲ୍ ଇଣ୍ଡିଆ ଏବଂ ଦେଶର ପ୍ରତି କୋଣରେ ଏହାକୁ ପହଞ୍ଚାଇବା ପାଇଁ ଯୋଗାଯୋଗ ଗୁରୁତ୍ବପୂର୍ଣ୍ଣ ଅଟେ । ସେ ଘୋଷଣା କରିଛନ୍ତି ଯେ ଆଗାମୀ ୫୦୦ ଦିନରେ ନୂଆ ୨୫,୦୦୦ ଟାୱାର ଲଗାଇବା ପାଇଁ ୩୬୦୦୦ କୋଟି ଟଙ୍କା ସ୍ବୀକୃତ କରାଯାଇଛି । ସେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପିଏମ୍ ଗତି ଶକ୍ତି ରେ ଦ୍ରୁତ ଗତିରେ ସାମିଲ୍ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏହି ସୂଚନାକୁ ପ୍ରଦାନ କରିଛନ୍ତି ଯେ ୨୦୦୦ କୋଟି ଟଙ୍କାର ପଞ୍ଜି ଖର୍ଚ୍ଚ ପାଇଁ ରାଜ୍ୟକୁ ବିଶେଷ ସହାୟତାର ସମର୍ଥନ କରାଯାଇଛି । ସେ ରାଜ୍ୟମାନଙ୍କୁ ସକ୍ରିୟ ରହିବା ସହିତ ନିଜର ରାଜ୍ୟରେ ବ୍ୟବସାୟକୁ ଆକର୍ଷିତ କରିବା ପାଇଁ ବ୍ୟବସାୟ ଅନୁକୂଳ ନୀତି କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି । ସଭିଙ୍କ ସହିତ ସଭିଙ୍କ ବିକାଶର ଆଦର୍ଶ ଉପରେ ଗୁରୁତ୍ବ ପ୍ରଦାନ କରି ସେ କହିଛନ୍ତି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ , ସେ ବଡ଼ ରାଜ୍ୟ ହେଉ ବା ଛୋଟ, ସେମାନଙ୍କର ପ୍ରତିବଦ୍ଧତା ହିଁ ଡିଜିଟାଲ୍ ଇଣ୍ଡିଆକୁ ଉଚ୍ଚ ସ୍ତରକୁ ନେଇ ଯିବ ତଥା ଆତ୍ମନିର୍ଭର ଭାରତ ଏବଂ ଟ୍ରିଲିୟନ ଡଲାରର ଡିଜିଟାଲ୍ ଅର୍ଥ ବ୍ୟବସ୍ଥାକୁ ସାକାର କରିବା ପାଇଁ ମହତ୍ତ୍ବପୂର୍ଣ୍ଣ ଅଟେ ।
ଦ୍ବିତୀୟ ଦିନ, ୨ ଅକ୍ଟୋବର ୨୦୨୨ ରେ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତି ନିୟମ, ଅନଲାଇନ୍ ଗେମିଂ ଏବଂ ଡାଟା ଗଭର୍ଣ୍ଣାନ୍ସ, ଡିଜିଟାଲ୍ ଇଣ୍ଡିଆ ଭାଷିଣୀ ତଥା ଡିଜିଟାଲ୍ ପଇଠ ଏବଂ ମାଇଁ ସ୍କିମ୍ ଏବଂ ମେରି ପେହଚାନ ପରି ମହତ୍ତ୍ବପୂର୍ଣ୍ଣ ଦିଗ ଉପରେ ତିନିଟି ଅଧିବେଶନର ଆୟୋଜନ କରିଥିଲେ । ମାଇଁ ସ୍କିମରେ ଯୋଗ୍ୟତା/ ପ୍ରୋଫାଇଲ୍ ଆଧାରିତ ସେବା ଆବିଷ୍କାର ଉପରେ ଏକ ଡୋମୋ ଉପସ୍ଥାପନା କରାଗଲା । ନିଜର ସମାପ୍ତି ମନ୍ତବ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସେକ୍ରେଟାରି ଅଳ୍କେଶ କୁମାର ଶର୍ମା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରୋତ୍ସାହିତ କରିଛନ୍ତି ଯେ ସମୋନେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଏବଂ ପ୍ରସ୍ତୁତ କରାଯାଇଥିବା ନୀତିର ଅନୁରୂପ ହିଁ ନିଜର ନୀତିକୁ ପ୍ରସ୍ତୁତ କରିବେ । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନାଗରିକ କେନ୍ଦ୍ରିତ ଏବଂ ବ୍ୟବସାୟ କେନ୍ଦ୍ରିତ ସେବାରେ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ନବୀନତମ ପଦକ୍ଷେପର ଲାଭ ଉଠାଇବା ଆବଶ୍ୟକ ଯଦ୍ବାରା ଜୀବନ ଏବଂ ବ୍ୟବସାୟ କରିବା ଆହୁରି ଅଧିକ ସହଜ ଏବଂ ସୁଗମ ହୋଇପାରିବ ।
ସମ୍ମିଳନୀର ତୃତୀୟ ଦିନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଟିୟର ୨ ସହରରେ ଷ୍ଟାର୍ଟଅପ କୁ ଆକର୍ଷିତ କରିବା ଏବଂ ତାହାକୁ ବଜାୟ ରଖିବା, ଲୋକ ସେବାରେ ନୂତନ ପ୍ରଯୁକ୍ତିର ଉପଯୋଗ, ‘ଭାରତକୁ ପ୍ରତିଭାର ଦେଶ କରିବା’, ‘ରାଜ୍ୟରେ ଡିଜିଟାଲ୍ ସୁଶାସନ ର ନିର୍ମାଣ’ ତଥା ‘ମେକ୍ ଇନ୍ ଇଣ୍ଡିଆ ଫର୍ ଦି ଗ୍ଲୋବ୍ ଇଣ୍ଡିଆ ଆଜ୍ ସେମିକଣ୍ଡକ୍ଟର ନେସନ’ ଶୀର୍ଷକରେ ପାଞ୍ଚଟି ପ୍ୟାନେଲ ଆଲୋଚନା ଆୟୋଜିତ କରିଛନ୍ତି । ମୁଖ୍ୟ ବକ୍ତାମାନଙ୍କ ମଧ୍ୟରେ ମ୍ୟାପମାଇଁ ଇଣ୍ଡିଆର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ରୋହନ ବର୍ମା, ୱାଧବାନିର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ପ୍ରକାଶ କୁମାର, ନାସକମ୍ର ଅଧ୍ୟକ୍ଷ ସୁଶ୍ରୀ ଦେବଜାନି ଘୋଷ, ଟାଟା ସନ୍ସରେ ସରକାରୀ ବ୍ୟାପାରର ବରିଷ୍ଠ ଅଧିକାରୀ ତନମୟ ଚକ୍ରବର୍ତ୍ତି ଏବଂ ଟେକ୍ସାସ୍ ଇନଷ୍ଟ୍ରୁମେଣ୍ଟସର ମହାପ୍ରବନ୍ଧକ ସନ୍ତୋଷ କୁମାର ସାମିଲ୍ ଥିଲେ। ପ୍ୟାନେଲ ଆଲୋଚନାର ସଞ୍ଚାଳନ ଏମଇଆଇଟିୱାଇ ର ବରିଷ୍ଠ ଅଧିକାରୀମାନଙ୍କ ଦ୍ବାରା କରା ଯାଇଥିଲା ଏବଂ ଏହି ପ୍ୟାନେଲରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ୍ ଥିଲେ ।
ନିଜର ସମାପ୍ତି ମନ୍ତବ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସେକ୍ରେଟାରି ଅଳ୍କେଶ କୁମାର ଶର୍ମା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିଜର ରାଜ୍ୟରେ ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ନବୀନତମ ପ୍ରଗତିକୁ ଆଦାନ ପ୍ରଦାନ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ସେ ଉଦ୍ୟୋଗର ଦୃଷ୍ଟିକୋଣ ଏବଂ ସର୍ବୋତ୍ତମ ବିଶ୍ବ ଅଭ୍ୟାସକୁ ଆଦାନ ପ୍ରଦାନ କରିଥିବାରୁ ଉଦ୍ୟୋଗ ପ୍ରତିନିଧିମାନଙ୍କର ଯୋଗଦାନର ମଧ୍ୟ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଭାରତ ସରକାର ଟିୟର ୧ ସହରରୁ ଆହୁରି ଆଗକୁ ଯାଇ ପ୍ରଯୁକ୍ତି ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ଅଟେ । ସେ ସମୃଦ୍ଧି ଦିଗରେ ଅଗ୍ରସର ହେଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ କରିବା ପାଇଁ ରାଜ୍ୟ ସ୍ତରରେ ସହଯୋଗ, ଷ୍ଟାର୍ରଅପ୍ ଅନୁକୂଳ ନୀତି ଏବଂ ପ୍ରୋତ୍ସାହନ ଉପରେ ଜୋର ଦେଇଛନ୍ତି । ନୂତନ ପ୍ରଯୁକ୍ତିର ଉଲ୍ଲେଖ କରି ସେ ଏଆଇ, ବ୍ଲକଚେନ୍, ଡ୍ରୋନ୍, ଆଇଟି ଆଦିର ଉପଯୋଗ କରି ଡାଟା ସଞ୍ଚାଳିତ ନିଷ୍ପତ୍ତି ନେବା ଏବଂ ଡାଟା ଏବଂ ପ୍ରକ୍ରିୟା ସଞ୍ଚାଳିତ ବିଷୟ ଉପରେ ଜୋର୍ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତିଯୋଗୀତାମୂଳକ ମୂଲ୍ୟରେ କୁଶଳୀ ସମ୍ବଳ ପ୍ରାପ୍ତ କରିବା ପାଇଁ ଭାରତ ପ୍ରଥମ ପସନ୍ଦର ଗନ୍ତବ୍ୟ ସ୍ଥଳ ଅଟେ ।
ସେ କହିଛନ୍ତି ଯେ ଟିମ୍ ଇଣ୍ଡିଆ- ସରକାର, ଉଦ୍ୟୋଗ ଏବଂ ଶିକ୍ଷାବିତ୍ ମାନଙ୍କୁ ଯୁବକ ତଥା ପେଶାଦାରମାନଙ୍କର ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଏବଂ ଭାରତକୁ ପ୍ରତିଭାସମ୍ପର୍ଣ୍ଣ ରାଷ୍ଟ୍ର ଭାବରେ ସ୍ଥାପିତ କରିବା ପାଇଁ ନୂତନ ଟେକ୍ନୋଲୋଜି ଉପରେ କ୍ରମାଗତ ଭାବରେ ପ୍ରଶିକ୍ଷଣ/ ପୁନଃପ୍ରଶିକ୍ଷଣ କରିବା ପାଇଁ ମିଶିକରି କାମ କରିବା ଆବଶ୍ୟକ। ସେ ଉଲ୍ଲେଖ କରିଛନ୍ତି ଯେ ବ୍ୟକ୍ତିଗତ ଏବଂ ସକ୍ରିୟ ସେବାକୁ ଉନ୍ନତ କରିବା ତଥା ବିତରିତ କରିବା ପାଇଁ ‘ଡିଜିଟାଲ୍ ବାଏ ଡିଫଲ୍ଟ’ ଦୃଷ୍ଟିକୋଣ ତଥା ଉପସ୍ଥିତି-ରହିତ, ସମ୍ପର୍କ ରହିତ, ପେପରଲେସ୍, ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଏବଂ କମ୍ ସେବାକୁ ଆମନ୍ତ୍ରିତ କରିବାର ସିଦ୍ଧାନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ । ସେ କହିଛନ୍ତି ଯେ ଦେଶରେ ସେମି କଣ୍ଡକ୍ଟର ବିନିର୍ମାଣ ଇକୋସିଷ୍ଟମ ସ୍ଥାପିତ କରିବା ଏବଂ ଏହି ପରି ରୋଜଗାର ସୃଷ୍ଟି କରିବା ତଥା ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ମୂଲ୍ୟବର୍ଦ୍ଧନରେ ଗତି ଆଣିବା ବିଷୟରେ ଏକ ବଡ଼ ଅବସରର ସୃଷ୍ଟି କରାଯିବା ଏବେ ବାକି ରହିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ପ୍ରୋତ୍ସାହନ ବ୍ୟତୀତ, ରାଜ୍ୟ ସ୍ତରୀୟ ଅନୁକୂଳ ନୀତି ଏବଂ ଆର୍ଥିକ ପ୍ରୋତ୍ସାହନ ସେହି କମ୍ପାନୀମାନଙ୍କୁ ଆକର୍ଷିତ କରିବା ପାଇଁ ଏପରି ମାର୍ଗଦର୍ଶକ ହେବ ଯାହା ନିଯୁକ୍ତି ଓ ରାଜସ୍ବ ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟରେ ସଂଯୁକ୍ତ ସଚିବ ସୁଶିଲ ପାଲଙ୍କ ଧନ୍ୟବାଦ ପ୍ରଦାନ ସହିତ ଏହି ସମ୍ମିଳନୀର ସମାପ୍ତ ହୋଇଛି ।

jittmm
Leave A Reply

Your email address will not be published.