ସେଞ୍ଚୁରିଅନରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର କଳା ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ବିକ ସଂଗୀତ ଗାନ କରାଯାଇଥିଲା । ଛାତ୍ର ଅଙ୍କିତ ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇଥିବା ବେଳେ ପଲ୍ଲବୀ ପ୍ରିୟଦର୍ଶିନୀ ମେହେର ଓ ବିକାଶ ତିୱାରୀ ସମ୍ବିଧାନ ଦିବସ ବିଷୟରେ ପିପିଟି ପ୍ରଦର୍ଶନ କରିଥିଲେ । ଏହି ସମୟରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବ୍ୟୁରୋ ଚିପ୍‌ ଓଟିଭି ମନରଞ୍ଜନ ଯୋଶୀ, ଅନ୍ୟତମ ଅତିଥି ଇଂରାଜୀ ଖବର କାଗଜ ପାଓନୀର ସାମ୍ବାଦିକ ସୁଧୀର ମିଶ୍ର ସମ୍ବିଧାନ ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ରୀଶିକା, ପଲ୍ଲବୀ ପ୍ରିୟଦର୍ଶିନୀ, ଅନୁଷ୍କା, ପ୍ରତିଥି, ଛାତ୍ର ଅରମାନ ସମ୍ବିଧାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଦିବସ ଉପଲକ୍ଷେ ଚିତ୍ରାଙ୍କନ, ସଂଗୀତ, ରଙ୍ଗୋଲି, ବକୃତା ପ୍ରତିଯୋଗିତା ଆୟୋଜନ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଛାତ୍ର ଅଙ୍କିତ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଉପଅଧ୍ୟକ୍ଷ୍ୟା ପୁଣ୍ୟତୋୟା ବିଶ୍ୱାଳ, ମଞ୍ଜୁଲତା ପଳେଇ, ରାଜୀବ କୁମାର ନାୟକ, ସୁଶାନ୍ତ ସେଠ ସହଯୋଗ କରିଥିଲେ ।

Leave A Reply

Your email address will not be published.