lika

ଛାତ୍ର କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମ୍ବିଧାନ ଦିବସ ଅବସରରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟଠାରେ ଛାତ୍ର କଂଗ୍ରେସ କମିଟି ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାବା ସାହେବ ଭୀମ ରାଓ ଆମ୍ବେଦକର ଓ ସମ୍ବିଧାନ ସଭା ସଦସ୍ୟ ବଲାଙ୍ଗିର ମାଟିର ବୀର ପୁତ୍ର ସ୍ବର୍ଗୀୟ ଯୁଧିଷ୍ଠିର ମିଶ୍ରଙ୍କୁ ଛାତ୍ରମାନେ ମନେ ପକାଇବା ସହ ସେମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଙ୍କିତ ସାହୁ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ଉପସଭାପତି ଅଂଚଳ ପଣ୍ଡା ଓ ସାଧାରଣ ସମ୍ପାଦକ ସରୋଜ ପଧାନଙ୍କ ସହିତ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.