ନୂଆପଡା ଜିଲ୍ଲା ହାଡ଼ିପା ଗୁରୁ ମହାସଭା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଗାନ୍ଧିନଗର ପ୍ରାଙ୍ଗଣରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସମ୍ବିଧାନ ଦିବସରେ ହାଡ଼ିପାଗୁରୁ ମହାସମାଜ ଜିଲ୍ଲା ସଭାପତି ସାମ୍ବାଦିକ ବିଜୟ କୁମାର ସହିସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ଣ୍ଣଚନ୍ଦ୍ର ନେତାମ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବରେ ଡାକ୍ତର ମେଜର ରାମଚନ୍ଦ୍ର ମିଶ୍ର ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ ଓ ଦେଶ ମାତୃକାର ସେବା ସମ୍ପର୍କରେ ଉଦ୍‌ବୋଧନ ଦେଇଛନ୍ତି । ସମ୍ମାନିତ ଅତିଥି ଭାବରେ ଡକ୍ଟର ପଦ୍ମଲୋଚନ ବର୍ମା, ଆଇନଜୀବୀ ଯୁଧିଷ୍ଠିର ମେହେର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିଲଡ଼ ଅଫିସର ନିଯୋଗ ପାତ୍ର, ସାମ୍ବାଦିକ ରୁଦ୍ରରାଜ ବାଗ, ସୁରେନ୍ଦ୍ର କୁମାର, ଧିରୁ ପାତ୍ର, ମହାଦେବ ପାତ୍ର ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତି ।

Leave A Reply

Your email address will not be published.