ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ୭୫ତମ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୨୬ ନଭେମ୍ବର ୧୯୯୪ ମସିହାରେ ଭାରତରେ ସମ୍ବିଧାନକୁ ଗ୍ରହଣ କଲାପରେ ଏହି ଦିବସକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଇଥାଏ । ଏହି ଦିବସ ଉପଲକ୍ଷେ ମହା ବିଦ୍ୟାଳୟ ପରିସରରେ “ଆଗାମୀ ଭାରତରେ ସମ୍ବିଧାନର ଭୂମିକା ଶୀର୍ଷକରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ସଭା ପୂର୍ବରୁ ଏକ ସାମୂହିକ ଶପଥ ପାଠ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ସଭା ପରିଚାଳନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଅଧ୍ୟକ୍ଷ ଲୋହିତ କୁମାର ବାରିକ, ପୁଷ୍ପ ମଞ୍ଜରୀ ପ୍ରଧାନ ସମେତ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଆଗାମୀ ଭାରତରେ ସମ୍ବିଧାନ ଭୂମିକା, ସମ୍ବିଧାନର ଇତିହାସ, ସ୍ୱରୂପ ଓ ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହେଇଥିବା ପ୍ରବନ୍ଧ, ବତ୍କୃତା, ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାରେ ଅଧ୍ୟାପିକା ମୀନା କୁମାରୀ ସାହୁ, ଦେବାଶିଷ ଭଏନା, ଅଙ୍କିତ ଦାସ, ଅଭିନାଶ ମହାପାତ୍ର, ଝରଣା ପ୍ରଧାନ, ଅଞ୍ଜଳି ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ସଫଳ କରିବାରେ ଅଣଶିକ୍ଷକ କର୍ମଚାରୀ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ । ସଭା ଶେଷରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post