ରାଣୀପୁର ଝରିଆଲରେ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ରାଜ୍ୟସ୍ତରୀୟ ଶିକ୍ଷକ ସମାବେଶ : ଶିକ୍ଷକଙ୍କର ବିଭିନ୍ନ ସମସ୍ୟା ସାମଧାନ ପାଇଁ ଉଠିଲା ଦାବୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କରୋନାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ମାନଙ୍କ ବିୟୋଗରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ସମାବେଶରେ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅରୁଣ ତ୍ରିପାଠୀ, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ତରଣୀସେନ୍‌ ପଧାନ, ରାଜ୍ୟ ସମ୍ପାଦକ ତଥା ନୂଆପଡା ଜିଲ୍ଲା ସମ୍ପାଦକ ଅଲେଖ ସାହୁ, କଲାହାଣ୍ଡି ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା, କଲାହାଣ୍ଡି ଜିଲ୍ଲାର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ପଧାନ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ, ରାଜ୍ୟ ମିଡିଆ ସଂଯୋଜକ ତଥା ବୌଦ୍ଧ ଜିଲ୍ଲା ସଭାପତି ରଞ୍ଜୁ ଅମାତ୍‌,ରାଜ୍ୟ ସମ୍ପାଦକ ତଥା ସୋନପୁର ଜିଲ୍ଲା ସଭାପତି ଉମେଶ ଭୋଇ, ସୋନପୁର ସମ୍ପାଦକ ସଞ୍ଜିବ ମିଶ୍ର, ରାଜ୍ୟ ମହାସଚିବ ହନେଶ ପାତ୍ର ବାଗ, କୋରାପୁଟ ଜିଲ୍ଲାର ଉପଦେଷ୍ଟା ସୁଜିତ ପାଢୀ, ରାଜ୍ୟ କୋଷାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ରାୟଗଡା ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ରଥ, ଦେବଗଡ ଜିଲ୍ଲା ସଭାପତି ତଥା ରାଜ୍ୟ ସଂଯୋଜକ ରାଜୀବ ଲୋଚନ ପଧାନ, ସମ୍ବଲପୁର ଜିଲ୍ଲା ସଭାପତି ରାଜୀବ କିଶୋର ପଶାୟତ, କନ୍ଧମାଲ ଜିଲ୍ଲା ସଭାପତି ଲାଲୁ ମଲ୍ଲିକ, ସମ୍ପାଦକ ରମେଶ ଦଣ୍ଡସେନା, ବଙ୍ଗୋମୁଣ୍ଡା ବ୍ଲକ ଗଣଶିକ୍ଷକ ସଂଘ ସଭାପତି ନରହରି ସାହୁ ପ୍ରମୁଖ ମଂଚାସୀନ ହୋଇ ଶିକ୍ଷକମାନଙ୍କୁ ଏନ୍‌ପିଏସ୍‌ରେ ସାମିଲ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ବକେୟା ଥିବା ତୁରନ୍ତ ଦରମା ପ୍ରଦାନ, ଓଟିଇଟି, ଇନକ୍ରିମେଣ୍ଟ ସହ ଗଣଶିକ୍ଷକ ମାନଙ୍କର ବିଭିନ୍ନ ଦାବୀ ଗୁଡିକ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ରାଜ୍ୟ ଉପସଭାପତି ତଥା ବଲାଙ୍ଗିର ଜିଲ୍ଲା ସମ୍ପାଦକ ସପ୍ତମ କିଶୋର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ହୃଦା ମହାନନ୍ଦ ସଭା ସଂଯୋଜନା କରିଥିଲେ । ଏହି ଶିକ୍ଷକ ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ପଦାଧିକାରୀ ମାନେ ଯୋଗ ଦେଇଥିଲେ । ଏଥିରେ ବ୍ଲକର ଶିକ୍ଷକ ଧର୍ମୁ ହଂସ, ଦିଲିପ ସାହୁ, ଛେଦ କୁମର ସାହୁ, ଥବିର ବେହେରା, ସବିତା ଦାସଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.