ୟୁରୋପର ଉଚ୍ଚତମ ଶୃଙ୍ଗ ଆରୋହଣକାରୀ ସୁଶ୍ରୀ ମଧୁସ୍ମିତା ପାତ୍ରଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ-ଏଲ୍ ପର୍ବତର ୫୬୪୨ ମି. ଉଚ୍ଚତା ପର୍ଯ୍ୟନ୍ତ ପର୍ବତ ଆରୋହଣ କରି ସଫଳତା ହାସଲ କରିଛନ୍ତି । ସେ ସୁନାଝିଅ ବ୍ରହ୍ମପୁର ସହରର ଅଟନ୍ତି, ବୋଲି ଜଣାଯାଇଛି । ଓଡ଼ିଆ ଝିଅ ପର୍ବତାରୋହୀ ସୁଶ୍ରୀ ମଧୁସ୍ମିତା ପାତ୍ର ଏହି ମହନୀୟ କାର୍ଯ୍ୟ ହାସଲ କରି ସୁନାଝିଅ ଭାବେ ଗଞ୍ଜାମର ତଥା ବ୍ରହ୍ମପୁର ସହର ପାଇଁ ଗୌରବ ଆଣିଛନ୍ତି । ସୁଶ୍ରୀ ମଧୁସ୍ମିତା ପାତ୍ରଙ୍କୁ ବ୍ରହ୍ମପୁର ରେଳଷ୍ଟେସନଠାରେ ବ୍ରହ୍ମପୁରସ ହରର ନେତ୍ତୃବର୍ଗ ତଥା ଗଣ୍ୟମାନ୍ୟ ବ୍ୟକ୍ତି ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ସାଧାରଣ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ମହାନଗରର ବହୁ କର୍ପୋରେଟର ପ୍ରମୁଖ ସୁଶ୍ରୀ ମଧୁସ୍ମିତାଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନଠାରେ ବର୍ଣ୍ଣାଢ଼୍ୟ ସମାବେଶରେ ଭବ୍ୟ ସ୍ୱାଗତ କରିବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଉତ୍ତୋରତ୍ତର କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଠାରେ ଶୁଭମନାସୀ ମଧୁସ୍ମିତାଙ୍କର ମଙ୍ଗଳ କାମନା କରିଛନ୍ତି ।

Leave A Reply

Your email address will not be published.