ଖାନ ଏକାଡେମୀ ପକ୍ଷରୁ ଗଣିତ ଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଡୁମଡୁମା ଠାରେ ଥିବା ଆଇଟିସି ୱେଲକମ ହୋଟେଲ ଠାରେ ପଞ୍ଚସଖା ଶିକ୍ଷା ସେତୁ ଓ ଓସେପାର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଷ୍ଟେମ ଏକ୍ସସେଲେନ୍ସ ରେକଗନାଇଜେସନ କାର୍ଯ୍ୟକ୍ରମରେ ସଦର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଆଦିବାସୀ ହାଇସ୍କୁଲ ମନହିରାର ବରିଷ୍ଠ ଗଣିତ ଶିକ୍ଷକ ରାମକୃଷ୍ଣ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ରିସୋର୍ସପର୍ସନ ଭାବେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଖାନ ଏକାଡେମୀର ଜାତୀୟ ମୁଖ୍ୟ ଶୁଭ୍ରା ମିତ୍ତଳ, ଓଏଭି ଡେପୁଟି ଡାଇରେକଟର ଏମଏସ ସ୍ମିଥ, ଏଲିମେଂଟାରୀ ଡେପୁଟି ଡାଇରେକ୍ଟର ଖାନ ଏକାଡେମୀ ସଙ୍ଗୀତା ପଣ୍ଡା, ଓସେପା ଜଏଣ୍ଟ ଡାଇରେକ୍ଟର ନିରୁପମା ବେହେରା, ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ ଶ୍ରୀକାନ୍ତ ତରାଇ, ଅମୂଲ୍ୟ ପଧାନ, ଖାନ ଏକାଡେମୀର ରାଜ୍ୟ ସଂଯୋଜକ ଦୀପକ କୁମାର ବେହେରା, ଖାନ ଏକାଡେମୀର ଷ୍ଟାଫ ମୁଖ୍ୟ ସାଗରିକା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ଉନ୍ନତ କରିବା ପାଇଁ ଖାନ ଏକାଡେମୀ ଓ ପଞ୍ଚସଖା ଶିକ୍ଷା ସେତୁର ମିଳିତ ସହଯୋଗରେ ଓଡ଼ିଶାର ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ଏହି ସମ୍ବର୍ଦ୍ଧନା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ।

Leave A Reply

Your email address will not be published.