ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର କ୍ରିକେଟ୍‌ ଖେଳାଳୀ ଯୁଧିଷ୍ଠିର ପଧାନ ଭୁବନେଶ୍ୱରରେ ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆଥଲେଟିକ୍‌, ହକି, କ୍ରିକେଟର୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆଇକନିକ୍‌ କ୍ରୀଡା ପୁରସ୍କାର-୨୦୨୪ ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଟ୍‌ର ମହିଳା ଭଲିବଲ୍ ଖେଳାଳି ଶିବାନୀ ପ୍ରିୟଦର୍ଶିନୀ ଓ କିସ୍‌ର ସାଇକେଲ ଚାଲିକା ମିନତି ସିଂହ ପୁରସ୍କୃତ ହୋଇଛନ୍ତି । ଉଭୟଙ୍କୁ ରାଇଜିଂ ଷ୍ଟାର୍‌ ଆଇକନିକ୍ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ କ୍ରିକେଟ୍‌ ଖେଳାଳୀମାନଙ୍କୁବି ସମ୍ମାନିତ କରାଯାଇଥିଲା । ଏଥିରେ ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର୍‌ କ୍ରିକେଟ୍‌ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଆଇକନିକ୍‌ କ୍ରୀଡା ଉତ୍କର୍ଷ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଯୁଧିଷ୍ଠିର ପଧାନ ଓଡ଼ିଶା ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର୍‌ ଟିମ୍‌ରେ ସାମିଲ ହୋଇ ରାଜସ୍ଵ ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ମନରୁ କେବେ ଅକ୍ଷମ ଭାବି ନେବାନି ମନର ଦୃଢ଼ବଳ ଥିବା ଜରୁରୀ ମନୋବଳ ବଢ଼ାଇବା ପାଇଁ କ୍ରୀଡା କ୍ଷେତ୍ରରେ ଆଇକନିକ୍ କ୍ରୀଡା ପୁରସ୍କାର ୨୦୨୪ ପୁରସ୍କୃତ କରଯାଇଛି । ସରକାର ଏହି ଦିବ୍ୟାଙ୍ଗମାନଙ୍କ ପ୍ରତି ଆହୁରି ସ୍ଵତନ୍ତ୍ର ଧ୍ୟାନଦେବା ସହ ତାଙ୍କୁ ସ୍ପୋର୍ଟସ ହ୍ୱିଲ୍‌ ଚେୟାର ଦିଆଗଲେ ସେମାନେ ଆହୁରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିପାରିବେ । ଏମାନଙ୍କୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଓଡ଼ିଶା ଭଲିବଲ୍ ସଂଘ ସଂପାଦକ ତଥା କିଟ୍ ଓ କିସ୍‌ର କ୍ରୀଡା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମସ୍ତ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଇକନିକ୍‌ର ପ୍ରତିଷ୍ଠାତା ଡ. ଚିଦାତ୍ମିକା ଖଟୁଆଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିବା ଜଣାପଡିଛି ।

Leave A Reply

Your email address will not be published.