ହୋଟେଲ ମେ’ଫେୟାରରେ ମିଡ଼ିଆ କନ୍‌କ୍ଲେଭ ଅନୁଷ୍ଠିତ : ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ହୋଟେଲ ମେ’ ଫେୟାର ଠାରେ ଗତକାଲି ଏସ୍‌. ୟୁ. ଜେ.ର ରଜ୍ୟସ୍ତରୀୟ ମିଡ଼ିଆ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଏସ୍‌. ୟୁ .ଜେ. ସଭାପତି କୈଳାଶ ନାୟକ ସ୍ୱାଗତ ଭାଷଣ ଦେବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନ୍‌ସନ୍‌, ଭୁବେନଶ୍ୱର ଠାରେ ସାମ୍ବାଦିକ ଅତିଥି ଭବନ, ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ଗୁଡ଼ିକ ପୁରଣ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ରଖିଥିଲେ । ଏହି ରାଜ୍ୟସ୍ତରୀୟ ମିଡ଼ିଆ କନ୍‌କ୍ଲେଭରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ । ସେ ତାଙ୍କ ଉଦ୍‌ବୋଧନରେ ସାମ୍ବାଦିକ ମାନଙ୍କ ଦାବୀ ଗୁଡ଼ିକ ପୁରଣ କରିବା ଦିଗରେ ନିଶ୍ଚିତ ଭାବେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ଅଧିବେଶନରେ ‘ସହନୀୟ ବିକାଶ ପାଇଁ ଗଣ ମାଧ୍ୟମ ଓ ଶିଳ୍ପ ସଂସ୍ଥାଙ୍କ ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଇଆଇ ଏମ୍‌ ସମ୍ବଲପୁରର ପ୍ରଫେସର ସୁଜିତ ପୁସେଠ ମୁଖ୍ୟବକ୍ତା, ବେଦାନ୍ତ ଆଲୁମିନାର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତାଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ସେହିପରି ଦ୍ୱିତୀୟ ଅଧିବେଶନ ‘ଗଣ ମାଧ୍ୟମର ବିଶ୍ୱସନୀୟତା ବଜାୟ ରଖିବା ଏକ ଆହ୍ଵାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଗଣ ଇସ୍ତାହାରର ସଂପାଦକ ଡ. ପ୍ରଦୀପ କୁମାର ହୋତା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ପ୍ରମୁଖ ଅତିଥି ବିଷୟ ଉପରେ ନିଜର ମନ୍ତବ୍ୟ ଦେଇ ସାମ୍ବାଦିକ ମାନଙ୍କର ଦାବୀ ଗୁଡ଼ିକକୁ ପୂରଣ କରିବା ପାଇଁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ସଂଘ (ଏସ୍‌. ୟୁ. ଜେ.) ଦ୍ୱାରା ଆୟୋଜିତ ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୭୦ରୁ ଅଧିକ ପ୍ରତିନିଧି ସାମ୍ବାଦିକ ଏଥିରେ ଯୋଗ ଦେଇଥିଲେ । ଏହି ସମାବେଶରେ ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପଢୌକନ, ମାନପତ୍ର ଏବଂ ସିଲ ଦେଇ ସମ୍ମାନିତ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଏସ୍‌. ୟୁ. ଜେ.ର ରାଜ୍ୟ ଉପ ସଭାପତି କୀର୍ତ୍ତି ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଝାରସୁଗୁଡା ସାମ୍ବାଦିକ ସଂଘର ଏହି ସମାବେଶର ମୁଖ୍ୟ ଆୟୋଜକ ସନ୍ତୋଷ ମିଶ୍ର ଓ ମେହେବୁବ ମହତାବ, ଜିଲ୍ଲା ସଭାପତି ସୁବାସ ପ୍ରଧାନ, ସାଧାରଣ ସଂପାଦକ ସନ୍ତୋଷ ସାହୁ ପ୍ରମୁଖଙ୍କ ଉଦ୍ୟମରେ ଅନୁଷ୍ଠିତ ହେଇଥିଲା । ଏହି ଅଧିବେଶନରେ ବଲାଙ୍ଗିର: ଜିଲ୍ଲାର ଗୋପବନ୍ଧୁ ଶତପଥୀ, ଶରତ ମହାକୁର, ମହେନ୍ଦ୍ର ଦର୍ଜୀ, ବିମଳ ହୋତା, ରଘୁ ନନ୍ଦନ ସିଂହ, ବାଳକୃଷ୍ଣ ଷଡ଼ଙ୍ଗୀ, ମହେନ୍ଦ୍ର ପଧାନ ,ରାଧାକୃଷ୍ଣ ମିଶ୍ର, ନିରଜ ମିଶ୍ର, ଦିଲ୍ଲୀପ କୁମାର ସାହୁ, ଜୟକୃଷ୍ଣ ମଟାରି, ରାଜକିଶୋର ପାଲିଆ, ଚିତ୍ରସେନ ବେହେରା, ସନ୍ତୋଷ ଠାକୁର, ପବନ କୁମାର ବଂସଲ ପ୍ରମୁଖ ସାମ୍ୱାଦିକ ଯୋଗଦେଇ ଥିଲେ ।

Leave A Reply

Your email address will not be published.