ନିର୍ଝରିଣୀ ତରଫରୁ ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଯୁଗଳ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମଙ୍ଗଳବାର ଦିନ ପବିତ୍ର ଶିଶୁ ଦିବସ ଅବସରରେ ନିର୍ଝରିଣୀ ତରଫରୁ ଓଡ଼ିଆ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବାଲ ସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ହରିଭବନଠାରେ ଏକ ଭବ୍ୟ ଅଭିନନ୍ଦନ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଈଶ୍ୱର ଚନ୍ଦ୍ର ଖମାରୀ, ସମ୍ମାନିତ ଅତିଥି ଭାବରେ ମାଧବଚନ୍ଦ୍ର ମହାନନ୍ଦ, ସଞ୍ଜୟ ଅଗ୍ରୱାଲ, ସମ୍ପାଦକ ଅଗ୍ରୱାଲ ସଭା ଟ୍ରଷ୍ଟ ଯୋଗଦେଇଥିଲେ । ସର୍ବ ପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଶିଶୁ ଜ୍ୟୋତି ସିଂ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାପରେ ଶ୍ରୀ ଷଡ଼ଙ୍ଗୀଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା । ନିର୍ଝରିଣୀର ସଂପାଦକ ବିରଂଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ, ଡ.ନାରାୟଣ ମିଶ୍ର ସଭା ସଂଯୋଜନା ଓ ସହସମ୍ପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ସାହିତ୍ୟ ପ୍ରେମୀ ଜ୍ୟୋତି ପ୍ରକାଶ ଗଡତ୍ୟା, ସୁଶ୍ରୀ ସବିତା ଭୋଇ, ବ୍ରଜଶ୍ୟାମ ଗୁରୁ, ଶେଷଦେବ ପୁଟେଲ, ଅଶୋକ ଦାସ, ମନୋଜ ଦାସ, ଥମିର ଛତ୍ରିଆ, କୁଞ୍ଜ ବିହାରୀ ବେହେରା, ଶ୍ୟାମ ସୁନ୍ଦର ଗୁରୁ, ଦୀପକ ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମମତା ପଣ୍ଡା, ନିରୁପମା ମିଶ୍ର, ସୁଜାତା ଧରୁଆ, ଲାବଣ୍ୟବତୀ ଧରୁଆ, ଧନସିଂ ମାଝୀ, ଉମେଶ ବେହେରା, ରମେଶ ବାରିକ, ଦୀନବନ୍ଧୁ ବଗର୍ତ୍ତୀ, ପ୍ରେମ ବାଗ, ନିତ୍ୟାନନ୍ଦ ବେହେରା, ନରେନ୍ଦ୍ର ସୁନା, କୈଳାସ ଦୀପ, ସୂର୍ଯ୍ୟକାନ୍ତ ରଣା, ଅନୀଲ ନାଗ, ଲଳିତ ନାଗ, ଯୁବରାଜ ମେହେର ଆଦି ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.