ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ଜିଲ୍ଲାପାଳ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ସବୁବେଳେ ଶ୍ରୀ ମେହେର ଶିକ୍ଷାର ପ୍ରଚାର ପ୍ରସାର, ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ତଥା ମୋ’ ସ୍କୁଲ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପୂରଣ ଦିଗରେ ଆଗ୍ରହ, ଦୃଢ଼ ମନୋବଳ, କର୍ତ୍ତବ୍ୟ ନିଷ୍ଠା ତଥା ଅକୁଣ୍ଠ ସହଯୋଗ ପ୍ରସଂଶନୀୟ । ସମାଜସେବା ତଥା ଶିକ୍ଷାର ବିକାଶ ପାଇଁ ଜଣେ ଆଗ୍ରହୀ ବ୍ୟକ୍ତିତ୍ୱ । ଓଡିଶା ସରକାରଙ୍କ ମୋ’ ସ୍କୁଲ ଯୋଜନାରେ ଜଣେ ପୂର୍ବତନ ଛାତ୍ର ଭାବରେ ସାମିଲ ହୋଇ ମୋ’ ସ୍କୁଲ ପାଣ୍ଠିକୁ ସମଗ୍ର ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସର୍ବୋଚ୍ଚ ଅର୍ଥ ରାଶି ପ୍ରଦାନ କରିଛନ୍ତି । ଏହି ମହତ ଅବଦାନ ଯୋଗୁଁ ଭାଲୁମୁଣ୍ଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ, ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟ(କଲୋନୀ ପଡା) ଓ ଉଚ୍ଚ ବିଦ୍ୟାଳୟଠାରେ ଉନ୍ନତ ମାନର ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ ହୋଇପାରିଛି । ଏହା ଅନ୍ୟ ସମସ୍ତଙ୍କ ପାଇଁ ଏକ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିବ । ଜିଲ୍ଲା ମୋ’ ସ୍କୁଲ କମିଟିର ଅଧ୍ୟକ୍ଷ ତଥା ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସମ୍ବର୍ଦ୍ଧିତ କରିଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି । ଦାବୀପତ୍ର ଦେବା ସମୟରେ ଜିଲ୍ଲା ଶିକ୍ଷାଧିକାରୀ, ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ସମାଜସେବୀ ଯୋଗିନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.