oom

ଗନ୍ଧମାର୍ଦ୍ଦନ ଯୁବ ପରିଷଦ ତରଫରୁ ଯୁବ ସାମ୍ବାଦିକ ନିରୋଜ ପାଣୀ ସମ୍ବର୍ଦ୍ଧିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୁରେନା ଗ୍ରାମର ସାମ୍ବାଦିକ ନିରୋଜ କୁମାର ପାଣୀଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଲୁହାସିଂହା ପଞ୍ଚାୟତ ଯୁରିଆ ଶିବ ମନ୍ଦିର ସମ୍ମୁଖରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସଂକଳ୍ପ ସମାବେଶରେ ଫୁଲତୋଡ଼ା ଏବଂ ଗାମୁଛା ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପାଣି ସଦାସର୍ବଦା ଗନ୍ଧମାର୍ଦ୍ଦନ ବିଷୟରେ ନିଜର ଲେଖନୀରେ ସ୍ଥାନିତ କରି ଆସୁଛନ୍ତି । ଏହାଛଡ଼ା ପଦ୍ମପୁର ଅଂଚଳର ବିଭିନ୍ନ ମୌଳିକ ସମସ୍ୟାମାନଙ୍କୁ ଗଣମାଧ୍ୟମ ଜରିଆରେ ଉପସ୍ଥାପନ କରି ଜନସାଧାରଣଙ୍କ ପ୍ରିୟପାତ୍ର ପାଲଟିଛନ୍ତି । ବର୍ତ୍ତମାନ ନିରୋଜ କୁମାର ପାଣୀ ‘କୋଶଳ ପ୍ରବାହ’ ଖବରକାଗଜରେ ପଦ୍ମପୁର ପ୍ରତିନିଧି ଭାବରେ କାମ କରୁଛନ୍ତି । ଜୁରିଆଠାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଉପଦେଷ୍ଟା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ । ତାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଆବାହକ ଦୁର୍ଯ୍ୟୋଧନ ପୁଟା, ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ରଘୁବୀର ସିଂ ବରିହା, ଭୀଷ୍ମଦେବ ପଟେଲ, ଟେମରି ସରପଞ୍ଚ ଦିଲୀପ ବେହେରା, ଥବିର ମେହେର, କ୍ଷମାନିଧି ଭୋଇ, ବିପ୍ଳବ ବିଶି, ଡାକ୍ତର ବିପିନ କୋଷଳିଆ, ସୁବାଷ ଆଚାର୍ଯ୍ୟ, ସୁଶୀଳ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.