ls

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସଭାପତି ବିନୋଦ ପାଣିଗ୍ରାହୀଙ୍କୁ ଗତକାଲି ରାକ୍‌ସିମୁଣ୍ଡା ଉଚ୍ଚ ବିଦ୍ୟାଳୟଠାରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓଷ୍ଟାର ପୂର୍ବତନ ସଭାପତି ପୁରନ୍ଦର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଂଗ ମୁଖ୍ୟ ଅତିଥି ଭାବେ ଓ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର, ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୁବି ବାବୁ, ପୂର୍ବତନ କାର୍ଯ୍ୟକାରୀ ସଭାପତି ଶୁଭ୍ରାଂଶୁ ଶେଖର ବାବୁ, ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର, କୋଷାଧ୍ୟକ୍ଷ ଅଶୋକ ମହାପାତ୍ର, ଶିକ୍ଷା ପ୍ରଦୀପର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରତିନ୍ଦ୍ର ରାୟ, ସାଧାରଣ ସମ୍ପାଦକ ପ୍ରଦୀପ ଖମାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଓଷ୍ଟାର କର୍ମକର୍ତ୍ତା, ଶିକ୍ଷକ ନେତା, ଛାତ୍ରଛାତ୍ରୀ ବୃନ୍ଦ, ବିଭିନ୍ନ ସଂଗଠନ ଓ ଜନସାଧାରଣ ଶ୍ରୀ ପାଣିଗ୍ରାହୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ରତିନ୍ଦ୍ର ରାୟ ସାଧାରଣ, ସମ୍ପାଦକ ପ୍ରଦୀପ ଖମାରୀ, ଉପସଭାପତି ପ୍ରଶାନ୍ତ ସାହୁ ଓ ରାଜକୁମାର ବରାଳ ବିଦାୟୀ ଶିକ୍ଷକ ନେତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଷ୍ଟାର ଜିଲ୍ଲା ସଭାପତି ଅବନୀ କୁମାର ତ୍ରିପାଠୀ, ସମ୍ପାଦକ କୁଶଧ୍ୱଜ ସାହୁ, ତାରାକାନ୍ତ ମିଶ୍ର ଏବଂ ରାକ୍‌ସିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଶାନ୍ତ କୁମାର ବାରିକ ପରିଚାଳନା କରିଥିଲେ । ଏହି ଅବସରରେ ବିଭିଧ ବିନୋଦ ନାମକ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା ।

pc pk
Leave A Reply

Your email address will not be published.