oom

ବେଲପଡାରେ ଯାଦବ ସମାଜର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsmm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ସମସ୍ତ ଯାଦବ ସମାଜ ପକ୍ଷରୁ ଯାଦବ ସମାଜ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଶତକଡା ୬୦% ମାର୍କ ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସଭାରେ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଯାଦବ ସମାଜ ବ୍ଲକ ଉପଦେଷ୍ଟା କମିଟିର ସଭାପତି ଦୂର୍ଯ୍ୟୋଧନ ଚିର୍‌ଗୁନଙ୍କ ଦ୍ୱାରା ଅନୁଷ୍ଠିତ ସମର୍ଦ୍ଧନା ସଭାରେ ଜିଲ୍ଲା ଯାଦବ ସମାଜର ସଭାପତି ପରମାନନ୍ଦ ହାତୀ ମୁଖ୍ୟଅତିଥି ଭାବେ, ବେଲପଡା ସିଡିପିଓ ମୃଣ୍ମୟୀ ଭୋଇ ମୁଖ୍ୟବକ୍ତା ଭାବେ, ଜିଲ୍ଲା ସଂଯୋଜକ ମନୋଜ ହାତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବେଲପଡା ବ୍ଲକ ସଭାପତି ଗୋକୁଲ ଖର୍ସେଲ, ପାଟଣାଗଡ଼ ସଭାପତି ଜଗନ୍ନାଥ ଖର୍ସେଲ, ଜିଲ୍ଲା ପ୍ରବକ୍ତା ଗୌରହରି ରାଜପଳିଆ, ରୋହିତ ବାଗ, କୌଲାଶ ବନଛୋର, କିରଣ ନାଗ, ହରିବୋଲ ନାଗ, ଭୁବନ ବନଛୋର, ଲୋକେଶ୍ଵର ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ । ପର୍ଲିମାଲ ଗ୍ରାମର ସ୍ୱର୍ଗତ ରାଧାକାନ୍ତ ନିଆଲଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ତାଙ୍କ ପୁଅର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ଯାଦବ ସମାଜ ବହନ କରିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଯାଦବ ସମାଜର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.