ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ରଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ଚଣ୍ଡେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଆଳିପଡାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମମତା ମିଶ୍ର, ମୁଖ୍ୟବକ୍ତା ହିମାଂଶୁ ସାମର୍ଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶଚ୍ଚିଦା ନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ମହାପାତ୍ର, ଯୁଧିଷ୍ଠିର ପରିଡା, ଲକ୍ଷ୍ମଣ ପ୍ରଧାନ, ଧିରେନ୍ଦ୍ର କୁମାର ବିଣାକାର, ପତିତ ଜଗଦ୍ଦେବ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ସାହୁ, ଦିଗମ୍ବର ରଥ, ସୁରେନ୍ଦ୍ର ନାଥ ନାୟକ, ସୂର୍ଯ୍ୟ ନାରାୟଣ ସେଠୀ, ଛାଟୋଇ ମୋତିଲାଲ ରାୟ, ଦୀପକ କୁମାର ଛାଟୋଇ, ଅଭିମନ୍ୟୁ ପ୍ରଧାନ, ତପନ କୁମାର ମଲ୍ଲିକ, ରମେଶ ବଳବନ୍ତରାୟ, କ୍ଷେତ୍ରବାସୀ ଆଳୁକ ଯାମିନୀ କାନ୍ତ ନାୟକ, ହୃଷିକେଶ ବଳିୟାର ସିଂହ ଓ ଅନ୍ୟମାନେ ଯୋଗ ଦେଇଥିଲେ । ଅତିଥିମାନେ ଶ୍ରୀ ପାତ୍ରଙ୍କ ସରଳତା ଭଦ୍ରତା କର୍ମ ତତ୍ପରତା‌ର ସ୍ମୃତି ଚାରଣ କରିଥିଲେ ।ସୁଧିର କୁମାର ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସରୋଜିନୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷର ଉପଢ଼ୌକନ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା । ଚଣ୍ଡେଶ୍ଵରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଡେଲାଙ୍ଗ ମଣ୍ଡଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.