ଛତ୍ରପୁର ଆଠ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍‌ସିଲର ସମାଜସେବୀ କେ.ରମେଶଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ସହରର ମେନରୋଡ଼, କପିଳି ସାହି, ପାତ୍ରସାହି, ନୀଳକଣ୍ଠେଶ୍ୱର ସାହି ଆଦିକୁ ନେଇ ଗଠିତ ଆଠ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ଥାନୀୟ ଜନସାଧାରଣ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଠ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍‌ସିଲର ସମାଜସେବୀ କେ.ରମେଶଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ଅବସରରେ ଏହି ୱାର୍ଡର ବହୁବିଧ ସମସ୍ୟା ଉପରେ ଦର୍ଶାଇଥିଲେ । କାଉନ୍‌ସିଲର ରମେଶ ୱାର୍ଡର ଉନ୍ନୟନ ସାଂଗକୁ ବହୁ ଜନମଙ୍ଗଳ କାର୍ଯ୍ୟ ମଧ୍ୟ ହାତକୁ ନେବେ ବୋଲି ବାସିନ୍ଦାଙ୍କୁ କହିଛନ୍ତି । ଏହି ଦିଗରେ ସେ ସଭିଏଁଙ୍କ ସକ୍ରୀୟ ସହଯୋଗ କାମନା କରିଛନ୍ତି । ଏହି ଉପଲକ୍ଷେ ଏକ ବନ୍ଧୁମିଳନ ଆସର ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ଆୟୋଜିତ ହୋଇଥିଲା । ଯୁବନେତା ଅଟଳ ବିହାରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ।

Leave A Reply

Your email address will not be published.