ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସୀଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶାନ୍ତି ତପୋବନ ଆଶ୍ରମଠାରେ ଗତକାଲି ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥର ଶ୍ରୀମତୀ ସୁମିତ୍ରା ଶତପଥି, ଯଜ୍ଞସେନୀ ପ୍ରଧାନ, ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତାଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ ସମର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରଗଡ଼ ମହିଳା ମାରଓ୍ବାଡ଼ି ସମ୍ମେଳନ ଓ ଶାନ୍ତି ତପୋବନ ଆଶ୍ରମର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମର୍ଦ୍ଧନା ସଭାରେ ଅଞ୍ଜୁ ଅଗ୍ରୱାଲ ଓ ସାଥୀ, ନରେନ୍ଦ୍ର ହୋତା, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ଦେବଦତ୍ତ ତ୍ରିପାଠୀ ଓ ଲବଙ୍ଗ ସାହୁ ଶରୀର ଦାନ ମହତ କାର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଶରୀର ଦାନ ଦେଇଥିବା ସୁମିତ୍ରା ଶତପଥି ଓ ଯାଜ୍ଞସେନୀ ପ୍ରଧାନ ତାଙ୍କ ସମର୍ଦ୍ଧନା ଗ୍ରହଣ ବକ୍ତବ୍ୟରେ କହିଥିଲେ ଯେ, ଶରୀର ଦାନ ଦେଇଥିବାରୁ ଗର୍ବିତ, ଏହି ବୟସରେ ଏହି ପରିବେଶରେ ସମାଜକୁ କଣ ଦେଇପାରିବୁ, ଆମର କଣ ଅଛି ଯାହାଅଛି ତାହାଏହି ଶରୀର । ଶରୀର ଦାନ ଦେଇ ଆମେ ଆଜି ବହୁତ ଆନନ୍ଦ ଅନୁଭବ କରୁଛୁ ।

Leave A Reply

Your email address will not be published.