ଏବିଇଓ ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ନିଜସ୍ଵ ପରିସର ମଧ୍ୟରେ ଚାକିରି ଜୀବନରେ ଚାଳିଶ ବର୍ଷ ପୂର୍ତ୍ତି କରି ଅବସର ନେଇଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁରେନ୍ଦ୍ର ମୋହନ ଯୋଶୀଙ୍କୁ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଚାକିରି ଜୀବନରୁ ବିଭିନ୍ନ ଅନୁଷ୍ଠାନ ସାଙ୍ଗରେ ଜଡିତ ରହି ଆନୁଷ୍ଠାନିକ ବିକାଶକୁ ଶ୍ରେୟ ଦେବା ସହିତ କର୍ମପ୍ରବାହ ମଧ୍ୟରେ ସେବାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଥିବା ଶ୍ରୀ ଯୋଶୀଙ୍କ ଅବସର ନେବା ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ସହଯୋଗୀ ଓ ନ୍ୟାୟିକ ଅଧିକାରୀଙ୍କୁ ହରାଇବାକୁ ପଡ଼ିଛି ବୋଲି ବିଭିନ୍ନ ବକ୍ତା ମତପ୍ରକାଶ କରିଛନ୍ତି । ଶ୍ରୀ ଯୋଶୀ ନିଖିଳ ଉତ୍କଳ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଭାବରେ ତାଙ୍କର ପରିଚୟ ଦୃଢ଼ ରଖିଥିବା ବେଳେ ସରସ୍ଵତୀ ଶିଶୁ ମନ୍ଦିର ଓ ସତ୍ୟସାଇ ସେବା ସମିତିର ଗୁରୁଦାୟିତ୍ଵ ତାଙ୍କର ପରିଚୟକୁ ଅଧିକ ଦୃଢ଼ କରିଥିଲା । ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଅବସର କାଳୀନ ସମାରୋହରେ ବିଇଓ ମହେଶ ଭାଟି ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମରାଜ ମହାନନ୍ଦ, ସଂସ୍ଥାପନ ଅଧିକାରୀ ଟଙ୍କଧର ସାହୁ, ସହ ସଂସ୍ଥାପନ ଅଧିକାରୀ ଜୀତେନ୍ଦ୍ର କୁମାର ମୁଣ୍ଡ, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ଉପଦେଷ୍ଟା ଗଣେଶ ପ୍ରସାଦ ବେହେରା ଓ ଭୁବନେଶ୍ଵର ପଟ୍ଟନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ବିଦାୟୀ ଶ୍ରୀ ଯୋଶୀଙ୍କୁ ଉପଢୌକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ କରିବା ସହିତ ପରିବାରର ଶୁଭକାମନା କରିଥଲେ । କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି ସହଯୋଗ କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ଓ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥଲେ ।

Leave A Reply

Your email address will not be published.