କପିଲାଭଟା ହାଇସ୍କୁଲରେ ବଙ୍ଗୋମୁଣ୍ଡା ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କପିଲାଭଟା ଠାରେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠନାଥ ଶବରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଲୋକନାଥ ମେହେର, ମୁଖ୍ୟବକ୍ତା ଭାବେ ଟିଟିଲାଗଡ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଙ୍କଜ ମେହେର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ମଙ୍ଗରାଜ, ହୃଦୟବାନ ଛତ୍ରିଆ, ସନ୍ତୋଷ କୁମାର ମିଶ୍ର ଓ ବ୍ଲକର ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । କପିଲାଭଟା ହାଇସ୍କୁଲର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସତ୍ୟମହିମା ସଂସ୍କୃତ ବିଦ୍ୟାପୀଠର ପ୍ରଧାନପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ରଚିତ ମାଙ୍ଗଳିକ ସଙ୍ଗୀତ ଦୁଇ ଛାତ୍ରୀମାନେ ସୁନ୍ଦର ଗୀତ ଗାଇଥିଲେ । ଶେଷରେ ଛେଲିଆ ସାହୁ ଉଚ୍ଚ ବିଦ୍ୟାଳୟ କୁଣ୍ଡାବୁଟୁଲାର ପ୍ରଧାନଶିକ୍ଷକ ସୁଧୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.