ପ୍ରଧାନଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାଟି କ୍ଲଷ୍ଟର ସିଆରସିସି ନିରାକାର ସାଏଙ୍କ ଆହ୍ୱାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିରାଣୀ ମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ୍ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ଗୋଲାପ ବାଗ, ବି.ଇ.ଓ.ଅଫିସ୍, ବଲାଙ୍ଗିର ଏ.ବି.ଇ.ଓ. ସନ୍ଧ୍ୟାରାଣୀ ଧରୁଆ ଆକାଉଣ୍ଟେଣ୍ଟ ସଞ୍ଜୟ କୁମାର ବାଗ ସଭାରେ ଉପସ୍ଥିତ ରହି, ଶ୍ରୀ ପଣ୍ଡାଙ୍କୁ ତାଙ୍କର ଅବସରର ସମସ୍ତ ଜରୁରୀ କାଗଜପତ୍ର ପ୍ରଦାନ ପୂର୍ବକ ପଣ୍ଡାଙ୍କର ଭଲଗୁଣର ପ୍ରଶଂସା କରିଥିଲେ । ଗୋଲାପ ବାଗ ଏବଂ ସରିତା ବାଗ ମଧ୍ୟ ଶ୍ରୀ ପଣ୍ଡାଙ୍କ ବିଷୟରେ ଅନେକ ଗୁଡ଼ିଏ ଅନୁଭୂତିକୁ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀମାନେ ଯଥା ଶ୍ରୀମତୀ କଳ୍ପନା ଗୁଇଁ, ଆଶାମୟୀ ଭୋଇ, ଝରଣା ରାଣୀ ପାଣି, ଶିଲା ମହାପାତ୍ର ଆଦି ନିଜ ନିଜର ଅଭିଭାଷଣ ରଖିଥିଲେ । ବିଦ୍ୟାଳୟ ଏସ.ଏମ୍.ସି. କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ଉପହାର ଦେଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଶ୍ରୀ ପଣ୍ଡାଙ୍କର ବକ୍ତବ୍ୟରେ ସମସ୍ତଙ୍କର ମନରେ କୋହ ଭରି ଉଠିଥିଲା । ଶେଷରେ ସିଆରସିସି ନିରାକାର ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ତାଙ୍କର ବହୁମୂଲ୍ୟ ସମୟକୁ ଦେଇ ଉପସ୍ଥିତ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ, ସଭାପତି ସଭାସାଙ୍ଗ ଘୋଷଣା କଲେ ଏବଂ ସମସ୍ତଙ୍କର ଅତିପ୍ରିୟ ପଣ୍ଡାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ଛାଡିଯାଇଥିଲେ ।

Leave A Reply

Your email address will not be published.