କୃତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା ବିକାଶ ସମ୍ବଲପୁର ପକ୍ଷରୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ପିପିଲିପାଲି ସ୍ଥିତ ବିଶ୍ଵ ଭାରତୀ ଚିନ୍ତନ ଶିକ୍ଷା ନିକେତନରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସ୍କୁଲର ୧୦ ଜଣ କୃତି ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ସାତ ଜଣ କ୍ଲାସ ଟିଚର୍‌ଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଶାସନ ସମ୍ବଲପୁର ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସ୍କୁଲର ଚେୟାରମେନ୍ ଅକ୍ଷୟ କୁମାର ସାହୁ, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ମାର୍କେଟିଂ ମ୍ୟାନେଜର ସୁବଳ ପଧାନ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଜ୍ଞାନ କୌଶଳ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଦଶମ ଶ୍ରେଣୀର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପିଲା ମାନଙ୍କ ଏକାଗ୍ରତା, କ୍ୟାରିୟର ଓ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଅନେକ ଉଦାହରଣ ଦେଇ ବିଦ୍ୟା ବିକାଶ ଗ୍ରୁପର ଶ୍ରୀ ପ୍ରଧାନ ଉତ୍ସାହିତ କରିଥିଲେ । ଏହି ସ୍କୁଲର ଛାତ୍ର ହର୍ଷବର୍ଦ୍ଧନର ସଙ୍କଟ ବେଳେ ହାର୍ଟ ଅପରେସନରେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଏସ୍‌ପି, ସୋନପୁର ମାଟିରେ ଜନ୍ମିତ କଟକର ଜଣେ ପ୍ରତିଷ୍ଠିତ ଡାକ୍ତର ଓ ଓଡ଼ିଶା ସାମ୍ୱାଦିକ ସଂଘର କର୍ମକର୍ତ୍ତା ମା’ ସୁରେଶ୍ଵରୀ ଓ ସବୁ ଦେବାଦେବୀଙ୍କୁ ସ୍ମରଣ କରି ଆର୍ଥିକ ମାନସିକ ସ୍ତରରେ ସହାୟତା ସହ ଦୀର୍ଘ ଗୋଟେ ମାସ ଧରି ପ୍ରତ୍ୟେକ ପରିସ୍ଥିତିରେ ଆର୍ଥିକ ଓ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିବା ହର୍ଷବର୍ଦ୍ଧନର ପରିବାର ପାଖରେ ଛିଡ଼ା ହୋଇ ଅପରେସନ ସଫଳ ଯାଏ ଅନେକ ଉତ୍ସାହ ଓ ଆତ୍ମ ବିଶ୍ୱାସ ବୃଦ୍ଧି କରିଥିବା ବିଷୟ ଅତିଥି ଶ୍ରୀ ତ୍ରିପାଠୀ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଏ ସ୍କୁଲ ସମେତ ସୋନପୁରର ଅନେକ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସାମୂହିକ ପ୍ରାର୍ଥନା ଓ ଦେବାଦେବୀଙ୍କ ଚମତ୍କାର କଥା କହିଥିଲେ । କୌଣସି ପରିସ୍ଥିତିରେ ଭାଙ୍ଗି ନ ଯାଇ ହାରି ନ ଯାଇ ଧର୍ଯ୍ୟ, ଶୃଙ୍ଖଳା ଓ ଆତ୍ମ ବିଶ୍ୱାସର ସହ ଜୀବନର ସବୁ ପରୀକ୍ଷାର ସମ୍ମୁଖୀନ ହେବାକୁ ଓ ସଫଳତାର ଶୀର୍ଷ ରେ ପହଞ୍ଚିବାକୁ ପିଲା ମାନଙ୍କୁ କିଛି ଅନୁଭୁତି ବାଣ୍ଟିଥିଲେ । ବିକାଶ ଗ୍ରୁପର ପୀୟୁଷ ସିଂହ, ମିଷ୍ଟର ଜନସନ ଯୋଗ ଦେଇ ସହଯୋଗ କରିଥିଲେ । ନୂତନ ପଧାନ, ପ୍ରବୀଣ କୁମାର ଧଳ, ପ୍ରତ୍ୟୁଷ କୁମାର ମହାକୁଡ଼, ଶୁଭମ୍ ସାହୁ, ବର୍ଷା ରାଣୀ ପଣ୍ଡା, ଅମିତ୍ ନାୟକ, ସୁରଜ୍ ମହାକୁଡ, ସଂଗ୍ରାମ ବାରିକ, ଝରଣା ମହାଲିଙ୍ଗ, ମାମାଲି ଖମାରୀ, ସୁଜିତ ସାହୁ ପ୍ରମୁଖ ୧୦ ଜଣ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ଶିକ୍ଷକ ଲୋକନାଥ ଠେଲା, ଲବ ପରୁଆ, ଲୋକନାଥ ମିସ୍ତ୍ରୀ, ବାସୁଦେବ ବିଶି, ଯୋଗେଶ ଥନାପତି, ନିହାରିକା ଘିବେଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟା ବିକାଶ ଅନୁଷ୍ଠାନ ଶାସନ ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ସମସ୍ତ ସ୍କୁଲ୍ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଟ୍ୟାଲେଣ୍ଟ ବୃଦ୍ଧି ପାଇଁ ଆୟୋଜିତ ବିଭିନ୍ନ ପରୀକ୍ଷା ଓ ପ୍ରତିଭା ସମ୍ବର୍ଦ୍ଧନାକୁ ଅତିଥି ପ୍ରଶଂସା କରିଥିଲେ । ଶିକ୍ଷା ନିକେତନର ଚେୟାରମେନ ଅକ୍ଷୟ କୁମାର ସାହୁଙ୍କୁ ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଗୁରୁ ଶ୍ରେଷ୍ଠ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.