ବଙ୍ଗୋମୁଣ୍ଡା, (ଅର୍ଜୁୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଜାମତରା ଗ୍ରାମ ଠାରେ ନିଖିଳ ଉତ୍କଳ ଶୁଣ୍ଢୀ ସମାଜର କୂଳପତି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ସୁବର୍ଣ୍ଣଗ୍ରାହୀ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯୁବ ମୋର୍ଚ୍ଚାରେ ନୂତନ ଭାବେ ନିର୍ବାଚିତ ହୋଇଥିବା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ବେହେରା ଓ ଟଙ୍କେଶ୍ୱରୀ ବେହେରାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ମୋର୍ଚ୍ଚାର ମଣ୍ଡଳ ସଭାପତି ତିରୁପତି ବେହେରା ଓ ସଂଯୋଜକ ନିତ୍ୟାନନ୍ଦ ପୃସେଠଙ୍କୁ ସମ୍ବର୍ଦ୍ଧିତ କରି ଆଗାମୀ ଦିନରେ ସମାଜକୁ ଦୃଢ଼ ସଂଗଠନ କରିବା ପାଇଁ କୂଳପତି ଗୁରୁ ମନ୍ତ୍ର ଫୁଙ୍କିଥିଲେ । ମଞ୍ଚ ପରିଚାଳନା ପୁଲସ୍ତି ବେହେରା ସମ୍ପାଦନ କରିଥିବା ବେଳେ ସ୍ୱାଗତ ଭାଷଣ ନିତ୍ୟାନନ୍ଦ ପୃସେଠ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ତାରେଣୀସେନ ବେହେରା, ଦଶମୁ ବେହେରା, ସମ୍ପାଦକ ହରିହର ବେହେରା, ସହ ସମ୍ପାଦକ ପୁଲସ୍ତି ବେହେରା, କୋଷାଧ୍ୟକ୍ଷ ଡମ୍ବରୁ ବେହେରା, ମଣ୍ଡଳ ଉପସଭାପତି ଜୟଶଙ୍କର ପୃସେଠ ପ୍ରମୁଖ ଉପସ୍ଥିତ ଥିଲେ । ଜାମତରା ଗ୍ରାମ୍ୟ କମିଟିର ପ୍ରଧାନ ବେହେରା, ଲମ୍ବୁ ବେହେରା, ଯଜ୍ଞ ବେହେରା, ଖଗପତି ବେହେରା ଶ୍ୟାମଘନ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ।