oom

ମା’ ରାମଚଣ୍ଡୀ ମନ୍ଦିର କମିଟୀ ପକ୍ଷରୁ ଉପ-ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତଥା ଅନ୍ୟତମ ଶକ୍ତିପୀଠ ନିଳାଦ୍ରୀପୁରର ଧଡ଼ା ପାହାଡ଼ ଶୀର୍ଷରେ ଅବସ୍ଥାନ କରିଥିବା ବିନ୍ଧ୍ୟବାସିନୀ ମା’ ରାମଚଣ୍ଡୀ ମନ୍ଦିରର ବିବିଧ ସାମୁହିକ ଉନ୍ନୟନ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।ପ୍ରକାଶ ଯୋଗ୍ୟ ଯେ’ ମା’ ରାମଚଣ୍ଡୀ ମନ୍ଦିରର ପରିଚାଳନା କମିଟୀ ତରଫରୁ ଗୁରୁବାର ବ୍ରହ୍ମପୁରଠାରେ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଗଞ୍ଜାମ ଗସ୍ତରେ ଆସିଥିବା ଓଡିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମା’ଙ୍କ ପଟ୍ଟଚିତ୍ର ଫଳକ ପ୍ରଦତ୍ତ ସହ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ସୋନ୍ଦର୍ଯ୍ୟକରଣ ଭିତ୍ତିରେ ଆଦର୍ଶ ଉଦ୍ୟାନ ପାଇଁ ୩ ଏକର ଜମିରେ ଏକ ସ୍ୱତନ୍ତ୍ର ଫୁଲବଗିଚା ପାଇଁ ପ୍ରସ୍ତାବ ଦିଆଗଲା । ଏହାକୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅନୁମୋଦନ ଲାଭ କରିଥିବା ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି । ଯାହାକି, ଯେଉଁ ବଗିଚା ଅବା ଉଦ୍ୟାନ ଗଠନ ହେଲେ ସାରା ଗଞ୍ଜାମ ଜିଲ୍ଲାର ସମସ୍ତ ଶକ୍ତିପୀଠ ଓ ଶୈବ ପୀଠକୁ ଆବଶ୍ୟକ ଫୁଲ, ବେଲପତ୍ର ଓ ତୁଳସୀ ଇତ୍ୟାଦି ମାଙ୍ଗଳିକ କାର୍ଯ୍ୟରେ ପଠାଯାଇପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ଏ ସମ୍ପର୍କରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କଠାରେ ଆଲୋକପାତ କରାଯାଇଛି । ଏହି ସାକ୍ଷାତ ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଦିପ୍ତୀଶ ପଟ୍ଟନାୟକ, ରାଜେନ୍ଦ୍ର ପଲେଇ ପୂଜାକମୀଟି କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ପୂଜାକମୀଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), କୁଞ୍ଜ ନାୟକ, ସୁଧୀର ମହାରଣା, ବଂଶୀଧର ନାୟକ, ଦଣ୍ଡପାଣି ମହାରଣା, ବରୁଣ ଚୌଧୁରୀ, ଉତ୍ତମ ନାୟକ ଉପସ୍ଥିତ ଥିଲେ । କମିଟୀର ପ୍ରସ୍ତାବକୁ ସ୍ୱାଗତ କରିବା ସହ ଅତିଶୀଘ୍ର ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ୱୀକୃତି ଜଣାଇଲେ ।

jittmm
Leave A Reply

Your email address will not be published.