ମାଁ ଗଡ଼ଚଣ୍ଡୀ ପୀଠରେ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ କାଳୁପଡା ମାଁ ଗଡଚଣ୍ଡୀଙ୍କ ପୀଠରେ ଭୋରଶୈଳ ସାହିତ୍ୟ ସମାଜ ଏବଂ ପ୍ରିୟପତ୍ରର ମିଳିତ ଆୟୋଜନରେ ଫଗୁଣ କବିତା ଆସର ବରିଷ୍ଠ କବି ଡକ୍ଟର ଶଶାଙ୍କ ଶେଖର ଚୂଡାମଣିଙ୍କ ସଭାପତିତ୍ୱରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମାଁ ଗଡଚଣ୍ଡୀଙ୍କ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ଭାବରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏହାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ କବି ରକ୍ଷକ ନାୟକ, ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଡକ୍ଟର ହେମନ୍ତ କୁମାର ଛୋଟରାୟ,ବରିଷ୍ଠ ଆଇନଜିବୀ ଦିଲ୍ଲୀପ କୁମାର ଛୋଟରାୟ, କଵି କୃପାସିନ୍ଧୁ ବିଶ୍ୱାଳ, ପ୍ରାକ୍ତନ ଅଧକ୍ଷା, ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଫଗୁଣ କବିତା ଆସର ସମ୍ପର୍କରେ ଆଲୋକପାତ କରି ଲେଖକମାନଙ୍କୁ ଉତ୍ତମ ସାହିତ୍ୟ ରଚନା କରିବାକୁ ଆତ୍ୱନ ଦେଇଥିଲେ । ଏହି ଅବସରରେ ବିପିନ ବିହାରୀ ମହାନ୍ତି, ନୃପେଶ ନାୟକ, ବିପିନ ମହାନ୍ତି, ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, କ୍ଷେତ୍ରବାସୀ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର କୁମାର ତ୍ରିପାଠୀ, ନରେନ୍ଦ୍ର ମୁଦୁଲି, ଅର୍ଜୁନ ଘଡେ଼ଇ, ଶଶୀଶେଖର ରାୟ, ଅଧିକାରୀ ସ୍ୱାଇଁ, ନଗେନ ପ୍ରଧାନ, ବିରଞ୍ଚିନାରାୟଣ ଦାଶ, ବିଶ୍ୱରଂଜନ ବଳବନ୍ତରାୟ, ଅମରେଶ ଚନ୍ଦ୍ର ନାୟକ, ରଘୁନାଥ ନାୟକ, ସୁଶ୍ରୀ ଶ୍ରୀଜୟା ଦାସ, ଡକ୍ଟର ସରୋଜ କୁମାର ପଣ୍ଡା ଏବଂ ଜାନକୀ ବଲ୍ଲଭ ଦାଶଙ୍କ ସହିତ ଉପସ୍ଥିତ ସାମ୍ୱାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଡକ୍ଟର ସରୋଜ କୁମାର ପଣ୍ଡାଙ୍କ ‘ଅନ୍ତରଙ୍ଗ ଡେଲାଙ୍ଗ ଏବଂ ଜାନକୀ ବଲ୍ଲଭ ଦାଶଙ୍କ ‘ ଆସରେ ପିଲେ ଶୁଣିବ ଗପ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କଵି ପ୍ରସନ୍ନ ମଣ୍ଡଳ, କବୟିତ୍ରୀ ନମିତା ସ୍ୱାଇଁ, ସୁଶ୍ରୀ କ୍ରିଷ୍ଣା ମହାପାତ୍ରଙ୍କ ସଂଯୋଜନାରେ ଲକ୍ଷ୍ମୀପ୍ରିୟା ଦାଶ, ପ୍ରବାସିନୀ ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ସୁରେଶ କୁମାର ପଟ୍ଟନାୟକ, ଚନ୍ଦ୍ରଶେଖର ମହାରାଣା, ଅଜୟ ସେଠୀ, ଅନନ୍ତ ପ୍ରଧାନ, ଡକ୍ଟର ପ୍ରଭାସ ପ୍ରଧାନ, ଅଭୟ କୁମାର ସାହୁ, ଶରତ ରାଉତ, ଜ୍ୟୋସ୍ନାମୟୀ ସ୍ୱାଇଁ, ମଲ୍ଲିକା ସିଙ୍ଗ, ସଞ୍ଜୟ ସେଠୀ, ଦ୍ୟୁତିକୃଷ୍ଣ ମହାନ୍ତି, ଅଧିକାରୀ ସ୍ୱାଇଁ,ସତ୍ୟବାଦୀ ସାହୁ, ରବୀନ୍ଦ୍ରନାଥ ଷଡ଼ଙ୍ଗୀ, ପ୍ରଭାସ ମଙ୍ଗରାଜ, ଶରତ ଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ପେଣ୍ଠଇ ପ୍ରମୁଖ ଶତାଧିକ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ । ପ୍ରାରମ୍ଭରେ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଶେଷରେ ଭୋରଶୈଳ ସାହିତ୍ୟ ସମାଜର ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.