ls

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସେଠୀଙ୍କୁ ସମ୍ବର୍ଦ୍ଧନା

sb

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରସ୍ଥ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ସେଠୀଙ୍କୁ କଣମଣା କ୍ଲଷ୍ଟର ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଣମଣା ସିଆରସିସି କମଳ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ଯୋଗ ଦେଇ ଶ୍ରୀ ସେଠୀଙ୍କ ଶିକ୍ଷାଦାନ ପ୍ରଣାଳୀକୁ ପ୍ରଶଂସା ଗାନ କରିବା ସହ ପୁଷ୍ପଗଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନୀତ ଅତିଥି ଭାବେ କଣମଣା ସରପଞ୍ଚ ଏସ. ଚକ୍ରପାଣି ରେଡ୍ଡୀ ଯୋଗ ଦେଇ ଶ୍ରୀ ସେଠୀଙ୍କ ତ୍ୟାଗପୂତ ନିଷ୍ଠାପର ଭୂମିକା ଗ୍ରହଣରେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ବଦଳିଥିବାରୁ ଧନ୍ୟବାଦର ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ଜ୍ୟୋତି କୁମାର ତ୍ରିପାଠୀ, ଶିକ୍ଷୟତ୍ରୀ ରାଜେଶ୍ୱରୀ ଗୌଡ଼, ମନୋଜ କୁମାର ତ୍ରିପାଠୀ, ଜୟ କୃଷ୍ଣ ବେହେରା, ଲଷ୍ମୀନାରାୟଣ ବେହେରା, ଡ଼ଃ. ଜେ କୁର୍ମା ରାଓ, ଛତ୍ରପୁର ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଶ୍ରୀ ସେଠୀଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଭାରି ପ୍ରଶଂସା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କଣମଣା କ୍ଲଷ୍ଟର ଶିକ୍ଷକ/ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

pc pk
Leave A Reply

Your email address will not be published.