ଟାଇକଣ୍ଡୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୩୦.୦୮.୨୦୨୪ରୁ ତା.୦୧.୦୯.୨୦୨୪ କଟକର ଜବାହାରଲାଲ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସିମାଦ୍ରି ଆଦେଶ, ଭାଗ୍ୟଶ୍ରୀ ନାଗ, ଦିପିକା ଭୋଇ, ଜେନିସା ପୋଲ, ଶ୍ରେୟାଂଶ ପତି, ଆଲଫିଆ ସାହୁ, ଦଗସେତ ପଧାନ ଓ ରୁତୁସ୍ମିତା ହାତି ଭାଗ ନେଇ ୧୦ଟି ମେଡାଲ୍‌ ହାସଲ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉପଢୌକନ ଓ ଫୁଲତୋଡା ସହ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ଏହି ଟାଇକଣ୍ଡୋ ସଂଘର ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲାପାଳଙ୍କ ସଙ୍ଗେ କଥା ହେବା ଓ ଏହି ଟାଇକଣ୍ଡୋ ଖେଳକୁ ପୋଲିସ ବିଭାଗରେ ଯେଭଳି ସାମିଲ କରାଯିବ ସେଥି ପାଇଁ ଉଦ୍ୟମ କରିବେ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଟାଇକଣ୍ଡୋ ସଂଘ ସଭାପତି ତଥା ସୂଚନା କର୍ମୀ ହେମନ୍ତ ପଣ୍ଡା କହିଛନ୍ତି ଯେ, ଏହି ଟାଇକଣ୍ଡୋ ଓ କରାଟେ ଖେଳ ପାଇଁ ଆଜି ଦିନରେ ଅସୀମ ଭୋଇ ସହର ଠୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସବୁଠି ପରିଚିତ । ଗତ ୩୦ ବର୍ଷ କାଳ ଏହି ମାର୍ସଲ ଆର୍ଟ ଖେଳ ପାଇଁ ନିଜ ଜିବନର ଅଧା ସମୟ ବିତାଇ ଦେଇଥିବା ସତ୍ତ୍ୱେ ଶ୍ରୀ ଭୋଇଙ୍କ ଏହି ସଂଗଠନର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଠାରୁ କୌଣସି ପ୍ରକାର ସହାୟତ ନମିଳିବା ଆଶ୍ଚର୍ଯ୍ୟର ବିଷୟ ବୋଲି କହିଛନ୍ତି । ଆଗାମୀ ଦିନରେ ଏହି ଟାଇକଣ୍ଡୋ ସଂଘର ବିକାଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ହର୍ଷିତା ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!