ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ୭ ଜଣ ଛାତ୍ରୀଙ୍କୁ ‘ଉଜ୍ୱଳ ତାରକା’ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କ ସହିତ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛି । ଛାତ୍ରୀମାନେ ହେଲେ ଲକ୍ଷ୍ମୀପ୍ରିୟା ଭୋଇ, ପୁନମ ଭୋଇ, ପ୍ରିତିମୟୀ ସାହୁ, ହିମାନି ପ୍ରଧାନ, ପ୍ରଗ୍ୟାଭାରତି ତାଣ୍ଡି, ସିମ୍ପଲ୍ ଭୋଇ, ପ୍ରାଚୀ ସାହୁ ପ୍ରମୁଖ ଏହି ମେଧାବୀ ଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଆଲୋଚନା ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ ଘୋଷଣା କରିଥିଲେ ଯେ, ୯୦ % ବୋର୍ଡ ପରୀକ୍ଷାରେ ଯେଉଁ ଛାତ୍ରୀମାନେ ରଖିବେ ୧୦ ହଜାର ଟଙ୍କା ସହିତ ଟ୍ରଫି ନିଜେ ପ୍ରଦାନ କରିବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ କହିବା ମୁତାବକ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ଛୁଟି ଦିନ ମାନଙ୍କରେ ଅଭିଜ୍ଞ ଶିକ୍ଷକ, ଆଲୁମିନୀ ମାନଙ୍କ ଦ୍ଵାରା ପୂର୍ବ ବର୍ଷ ପରି ସ୍ଵତନ୍ତ୍ର ‘ସନ୍ଦେହ ମୋଚନ’ କ୍ଲାସ କରାଯିବ । ସପ୍ତାହରେ ଦୁଇ ଦିନ ଛାତ୍ରୀ ମାନଙ୍କ ଗୃହ ପରିଦର୍ଶନ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ଵାରା କରାଯିବ । ଏହି ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, କମିଟିର ବରିଷ୍ଠ ସଭ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଧୀରେନ୍ଦ୍ର ମହାନ୍ତି, ଦୁଯ୍ୟୋଧନ ପୁଟା ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଛୁଟି ଦିନରେ ପାଠ ପଢ଼ାଇବା ପାଇଁ ଉତ୍ସାହ ପ୍ରକାଶ କରୁଥିବାରୁ ଅଭିଭାବକ ମାନେ ଘୁରି ଘୁରି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

error: Content is protected !!