lika

ଏବିଡ଼ିଓ ପ୍ରଦୀପ୍ତ ନାୟକଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା

gbag

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପର୍ବ ବ୍ଲକ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଏବିଡ଼ିଓ ପଦବୀରେ କାର୍ଯ୍ୟକରି ବ୍ଲକ ଷ୍ଟାଫ, ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀଙ୍କ ପ୍ରିୟ ଥିଲେ । ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ ମେ’ ମାସ ୨୦୧୪ ମସିହାରେ ବ୍ଲକରେ ଏବିଡ଼ିଓ ଭାବେ ନିଯୁକ୍ତି ହୋଇଥିବା ବେଳେ ଦୀର୍ଘ ୧୦ ବର୍ଷ ଭିତରେ କର୍ତ୍ତବ୍ୟନିଷ୍ଠ, ଦକ୍ଷ, ନିଷ୍ଠାପର ଭାବରେ କାର୍ଯ୍ୟ କରି ଲୋକଙ୍କ ସୁଖ ଦୁଃଖର ସାଥି ହୋଇଥିବାରୁ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସମୟରେ ସମସ୍ତଙ୍କ ମୁଁହରେ ଦୁଃଖ ଅନୁଭୂତି ହୋଇଥିଲା । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଡ଼ିଓ କ୍ଷତିସ ବେହେରା, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ ସୁବ୍ରତ କୁମାର ବାରିକ, ଜିପିଓ ରତିକାନ୍ତ ସାହୁଙ୍କ ସମେତ ବ୍ଲକର ସମସ୍ତ ପଦାଧିକାରୀ ଉପସ୍ଥିତ ରହି ସେବାନିବୃତ ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେବା ସହ ତାଙ୍କର ଗୁଣଗାନ କରିଥିଲେ ।

babaa
Leave A Reply

Your email address will not be published.