ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ବ୍ରହ୍ମପୁର ଗେଟ୍ ବଜାର ଛକ ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସହ ଏକ ବିଶାଳ ମୋଟର ସାଇକେଲ୍ ଶୋଭାଯାତ୍ରାରେ ନିଆଯାଇଥିଲା । ବିନାୟକ ଆଚର୍ଯ୍ୟ ମହାବିଦ୍ୟାଳୟ ଠାରେ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଯାହା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗଛ ଲଗାଇଥିଲେ । ପରେ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ୱାର୍ଡ ନଂ ୩ ଜେନା ସାହି ସ୍ଥିତ ରାଧାକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ କମଲ୍ ପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନରେ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିଲେ । ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ, ୬୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୧୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବଶଙ୍କର ନାୟକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିଲେ । ଏହିଭଳି ସାମାଜିକ କାର୍ଯ୍ୟକ୍ରମ ଯୁବମୋର୍ଚ୍ଚା ଦ୍ଵାରା ଆୟୋଜିତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ଜେନା ସାଧୁବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ. ରବି ରାଓ, ସୋମନାଥ ପାତ୍ର, ଉପସଭାପତି କେ. ଚନ୍ଦ୍ରଶେଖର ଦାସ, ଜଗମୋହନ ପାତ୍ର, ସମ୍ପାଦକ ତଥା କର୍ପୋରେଟର ବନିତା ସାହୁ, ମାତା ପ୍ରସାଦ ନାୟକ, କିଶୋର କୁମାର ସାହୁ, ଜି. ବିଜୟ ପାତ୍ର, ଶକ୍ତି ପଟ୍ଟନାୟକ, ଅମର ସାହୁ, ଦେବୁନ୍ ପଟ୍ଟନାୟକ, ଅଖିଲ ବେହେରା, ଆଶିଷ ସାହୁ, ରଜତ ପାତ୍ର, ଚିନ୍ମୟାନନ୍ଦ ପଟ୍ଟନାୟକ, ୟୁ.ରାଜା ରାଓ, କୃଷ୍ଣ ପଲେଇ, ମନୋଜ ମହାରଣା, ଡ଼ି. ଅନିଲ ରାଓ, କର୍ପୋରେଟର ସବିତା ସାହୁ, ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡା, ମହନ୍ତ ଚିନ୍ମୟାନନ୍ଦ ଦାସ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ସିଦ୍ଧାନ୍ତ ଗଙ୍ଗଦେବ, ଉପସଭାପତି ଗଙ୍ଗାଧର ଶତପଥି, ରାମ କୁମାର ପାତ୍ର, ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ, ଏସ୍. ରାଣୀ, ବାଳକୃଷ୍ଣ ସାମନ୍ତରା, ରାଜେଶ ସାହୁ, ସୁନିଲ ପାତ୍ର, ଗୋୖରୀ ସାମନ୍ତରା, ଏଲ୍ ମହୋନ ଦାସ, ଚଣ୍ଡୀ ଚରଣ ସାହୁ, ମଣ୍ଡଳ ସଭାପତି ସରୋଜ ପାତ୍ର, ଗୋପିନାଥ ପଣ୍ଡା, ଧର୍ମରାଜ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଚୌଧୁରୀ, ପ୍ରଫୁଲ୍ଲ ପାଣିଗ୍ରାହୀ, ଅଭିମନ୍ୟୁ ସାହୁ, ପ୍ରବୀର ପାତ୍ର, ରଜତ ପଣ୍ଡିତ, ଏସ୍. ଶ୍ରୀନିବାସ, ଏ.ବାବୁଲା ପାତ୍ର, ଶୀତଲ ଜେନା, ବାପ ପଣ୍ଡା, ଜଗନ୍ନାଥ ଜେନା, ଅନୁପ ପଣ୍ଡା, ବର୍ଷା ବିଦ୍ୟୁସ୍ମିତା, ସୁବ୍ରତ ପାଳ, ରବିନାରାୟଣ ସାବତ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.