oom

ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରା ଡୁବୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ‌ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସୁଦେବ ପୋଢଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଏବିଇଓ ବିଶିକେସନ ଶତପଥି ସମ୍ମାନିତ ଅତିଥି ରୂପେ ଏବିଇଓ ମହେନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥବିର ଚରଣ ରାଉତରାୟ, ମୁଖ୍ୟ ବକ୍ତା ରୂପେ ହରିହର ସାହୁ ଯୋଗ ଦେଇବା ଥିବା ବେଲେ ମଞ୍ଚ ପରିଚାଲନା କରିଥିଲେ ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମହାନନ୍ଦ ଓ ଶିକ୍ଷକ ସୁରେଶ କୁମାର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ନିଲଜିପତ୍ରା କଷ୍ଟର ତଥା ବ୍ଲକର ବହୁ ଶିକ୍ଷକ, ଗ୍ରାମର ଭଦ୍ର ବ୍ୟକ୍ତି ଏବଂ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ବରିହା, ଗ୍ରାମର ଅଜୟ ପ୍ରଧାନ, ଅକ୍ଷୟ ପ୍ରଧାନ, ଲୋକେଶ ଭୋଇ, ପଦ୍ମନ ସାହୁ, ଲକ୍ଷ୍ମୀ ଖରଶାଲ, ଉପମା ପ୍ରଧାନ ବିବସ୍ୱ ଭୋଇ, ମହେନ୍ଦ୍ର ପ୍ରଧାନ, ସୁର୍ଯ୍ୟ କୁମାର ପ୍ରଧାନ, କାର୍ତ୍ତିକ ପ୍ରଧାନ, ଶାନ୍ତିଲାଲ ପ୍ରଧାନ, ପରସ ରାମ ପ୍ରଧାନ, ଟିକସ ବରିହା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.