shyamal

ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍ଲ୍ଲେ ହାଇସ୍କୁଲରେ ଚାକିରିରୁ ସେବା ନିବୃତ୍ତି ଯୋଗୁଁ ହିନ୍ଦୀ ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କ ଉଦ୍ଦେଶ୍ୟରେ ଅବସରାକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବରେ ସ୍କୁଲ ପ୍ରତିଷ୍ଠାତା ସୁବଳ ଚନ୍ଦ୍ର ମାଝି, ମୁଖ୍ୟବକ୍ତା ଭାବରେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଲୋକବନ୍ଧୁ ପଧାନ, ସମ୍ମାନୀତ ଅତିଥି ଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ, ପୂର୍ବତନ କମିଟି ସଂପାଦକ ଘନଶ୍ୟାମ ସାହୁ, ସଭାପତି ପଦ୍ମନାଭ ପୂଜାରୀ, ଭୂମୀଦାନ କର୍ତ୍ତା ରାଜେନ୍ଦ୍ର ଦାସ, ପବିତ୍ର ମାଝୀ, ଶଙ୍କରର୍ଷଣ ରଣା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦୀପଙ୍କ ବିଦ୍ୟାଳୟ ପ୍ରତି ଥିବା ଦୀର୍ଘ ତିନି ଦଶନ୍ଧୀର ଉତ୍ସର୍ଗୀକୃତ ସେବା ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ନିଜର ପାଠପଢା ତଥା ସ୍କୁଲ ଜୀବନରେ ଶ୍ରୀଦୀପଙ୍କ ବିଶେଷତା ତଥା ସ୍ନେହଭରା ସଂପର୍କ ବିଷୟରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଗରୁଡ ଅଦାବର ସଂଯୋଜନା କରିଥିଲେ । ପଡୋଶୀ ସ୍କୁଲ ଶିକ୍ଷକ ବନ୍ଧୁ ତଥା ବଡକର୍ଲ୍ଲେ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ, ପୂରାତନ ଛାତ୍ରଛାତ୍ରୀ ତଥା ଗ୍ରାମର ଶିକ୍ଷା ପ୍ରେମୀ ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ସହିତ ବିଦାୟୀ ଶିକ୍ଷକ ଶ୍ରୀଦୀପଙ୍କୁ ସମ୍ମାନ ଜଣାଇ ସନ୍ଧ୍ୟାସମୟରେ ଗ୍ରାମରେ ପରିକ୍ରମା କରାଇଥିଲେ ଓ ବରପାଲି ସ୍ଥିତ ନିଜର ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶେଷରେ ଖେଳ ଶିକ୍ଷକ ରସିକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.