oom

ପଦ୍ମପୁର ଓକିଲ ସଂଘ ପକ୍ଷରୁ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘ ତରଫରୁ କ୍ୟାବିନେଟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଓକିଲ ସଂଘ ସଭାପତି ଆନନ୍ଦ କୁମାର ପଣ୍ଡା ଏବଂ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ତଥା ସମଗ୍ର ସଦସ୍ୟଙ୍କ ତରଫରୁ ମନ୍ତ୍ରୀଙ୍କୁ ସ୍ୱାଗତ କରାଯିବା ସହିତ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ସର୍ବାଙ୍ଗୀନ ଉନ୍ନତି ତଥା ଖାଲି ପଡ଼ିଥିବା ଷ୍ଟାଫ୍‌ଙ୍କ ନିଯୁକ୍ତି ସମ୍ବନ୍ଧିତ ଦାବି କରାଯାଇଥିଲା । ମନ୍ତ୍ରୀ ନିଜେ ପଦ୍ମପୁରର ସୁଯୋଗ୍ୟ ସନ୍ତାନ ହୋଇଥିବାରୁ ସେ ନିଜେ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଓକିଲ ସଂଘ ଅନୁରୋଧ କରିଥିଲା । ମନ୍ତ୍ରୀ ତାଙ୍କ ପ୍ରତିଉତ୍ତରରେ ଏହି ଦାବିଗୁଡିକୁ ଯଥାଶୀଘ୍ର ପୂରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ସହିତ ପଦ୍ମପୁର ଅଞ୍ଚଳର ମଧ୍ୟ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ଭୂପତ୍ ଚନ୍ଦ୍ର ଗୋହିଲ, ଯୋଗେନ୍ଦ୍ର ଭୋଇ, ନନ୍ଦ କିଶୋର ମାଝି, ରାମରତନ୍ ପୁରୋହିତ, ସନ୍ତୋଷ ଶତପଥୀ, ଦିଲ୍ଲୀପ ପ୍ରଧାନ, ଅଜିତ୍ କୁମାର ଶତପଥି, ସୁଶିଲ ପ୍ରଧାନ, ହିତେନ୍ଦ୍ରୀୟ ବାରିକ, ମଳୟ ଦାସ, କେଶବ ସାହୁ, ରୋହିତ କୁମାର ଭୋଇ, ରାଜକିଶୋର ସାହୁ, ପ୍ରଦୀପ ଯୋଷୀ, ହରିଶଙ୍କର ସିଂହ, ମାନସ ରଞ୍ଜନ ଭୋଇ, ପ୍ରମୋଦ ମିଶ୍ର ପ୍ରମୁଖ ତଥା ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.