shyamal

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମାହେଶ୍ୱରୀ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଯୁବ ସାମାଜିକ ସଂଗଠନ ମାହେଶ୍ୱରୀ ସାମାଜିକ ସଂଗଠନ ତରଫରୁ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବୈଦେଶିକ ବ୍ୟାପାର ତଥା ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା, ଓଡିଶା କାର୍ଯ୍ୟାଳୟ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଶତାଧିକ ପୁରୁଷ ତଥା ମହିଳା ସ୍ୱେଚ୍ଛାସେବୀ ମଙ୍ଗଳା ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏକ ରୋପଣ ସହିତ ମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସାଂଗଠନିକ ଭାବେ ଉଦ୍‌ଘାଟନ କରିଥିଲେ । ସର୍ବ ପ୍ରଥମେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ମାଧ୍ୟମରେ ମନ୍ତ୍ରୀ ମହୋଦୟଙ୍କୁ ଅଭିନନ୍ଦନ ଜଣାଇବା ସହ ଉପସ୍ଥିତ ଯୁବ ଗୋଷ୍ଠିଙ୍କୁ ଆହୁରି ନିସ୍ୱାର୍ଥପର ସେବା କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟ ଶାଖା ତରଫରୁ ମାନପତ୍ର, ଉପଢୌକନ, ବୃକ୍ଷଚାରା ଆଦି ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ଅନ୍ୟାନ୍ୟ ଶାଖା ଟିଟିଲାଗଡ, ଆଗଲପୁର, ତରଭା, ପାଟଣାଗଡ, ଲୋଇସିଂହା, ତୁରେକେଲା, ସଦର ବ୍ଲକ ବଲାଙ୍ଗିରର ବିଭିନ୍ନ ପଂଚାୟତ କୁଡାସିଂହା, ମିର୍ଦ୍ଧାପାଲି, ବିଡିଘାଟ ଆଦି ମଧ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ସଦର ବ୍ଲକ ସମନ୍ୱୟକାରୀ ଦେବାଶିଷ ପାଣ୍ଡିଆ, ତରଭା ଶାଭା ସଭାପତି ପ୍ରବିର ମେହେର, ଆଗଲପୁର ସଂଯୋଜକ ସନ୍ୟାସି ମେହେର, ଟିଟିଲାଗଡ ସଭାପତି ମମତା ସାହୁ, ଲୋଇସିଂହା ମନୋଜ, ଖପ୍ରାଖୋଲ ସଭାପତି ସରୋଜ ସାହୁ, ପାଟଣାଗଡ ନିରୋଜ ପଟେଲ, ପଇଁନ୍ତଲା ଅଙ୍ଗଦ ପଧାନ, ମହିଳା ଶାଖାର ସୁଶ୍ରିତା ଠାକୁର, ସୁଷମା ବହିଦାର, ପ୍ରଜ୍ଞାମୟୀ ମହିଦାର, ପଦ୍ମାଳୟା ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦିର୍ଘ ବର୍ଷ ଧରି ମାହେଶ୍ୱରୀ ସଂଗଠନର କାର୍ଯ୍ୟକଳାକୁ ନିରିକ୍ଷଣ କରୁଥିବା ଏବଂ କୋଭିଡ ମହାମାରି ସମୟରେ ସଂଗଠନ ତରଫରୁ କରାଯାଇଥିବା କାର୍ଯ୍ୟକଳାପ ସବୁବେଳେ ପ୍ରଶଂସନୀୟ, ସ୍ୱାସ୍ଥ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ କାମ କରି ଆସୁଥିବା ମାହେଶ୍ୱରୀ ସଂଗଠନକୁ ସବୁବେଳେ ସହଯୋଗ ରହିବା ସହ ବର୍ତ୍ତମାନ ମାହେଶ୍ୱରୀ ତରଫରୁ ଚାଲିଥିବା ସ୍ୱଚ୍ଛତା ଓ ସଂଯମତା କାର୍ଯ୍ୟକ୍ରମ ପାଇଂ ୧୦,୦୦୦ ସାନିଟାରି ପ୍ୟାଡ୍‌ ଯୋଗାଇ ଦେବାକୁ ନିର୍ଦ୍ଦେଶ କରିଥିଲେ । ସଂଗଠନର ଉପଦେଷ୍ଟା ଡ. ଲଳିତ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂଗଠନ ସଭାପତି ଶୋଭନ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

purusottam
Leave A Reply

Your email address will not be published.