shyamal

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଅଞ୍ଚଳ ମହାବିଦ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ଅଧ୍ୟାପକ ବୃନ୍ଦ, ସଭାପତି ଗୋବିନ୍ଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରତିନିଥି ମଣ୍ଡଳରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା, ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ, ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଅଧ୍ୟାପକ ପ୍ରମୋଦ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ । ସମସ୍ତେ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସାଂସଦଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ସାଂସଦଙ୍କୁ ଅବଗତ କରିଥିଲେ ଏବଂ ସାଂସଦ ଶ୍ରୀ ପୁରୋହିତ ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରୟାସ କରିବେ ବୋଲି କହିଥିଲେ ।

purusottam
Leave A Reply

Your email address will not be published.